Masthead

ସାମ୍ବାଦିକଙ୍କୁ ଧମକ,ଅଭିଯୁକ୍ତକୁ ଓଜେୟୁର ଗିରଫ ଦାବି

ରେଙ୍ଗାଲି  (ବଡ଼ ଖବର ବ୍ୟୁରୋ):ସାମ୍ବାଦିକ ମନୋଜ ସାହୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଏବଂ ଧମକ ଦେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଠାବ କରି ଗିରଫ କରିବାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ତଥା ସାମ୍ବାଦିକ ମାନେ ଦାବି କରିଛନ୍ତି । ଏହି ମର୍ମରେ ଆଜି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ କୁମାର ପାଣ୍ଡେ, ଜ଼ିଲ୍ଲା ଗୁଇନ୍ଦା ବିଭାଗ ଉପ ଆରକ୍ଷୀ ଅଧିକ୍ଷକ ଜେମେସ୍ ସାମଦଙ୍କ ଉପସ୍ଥିତିରେ ଏହି ଦାବି ପତ୍ର ଗ୍ରହଣ କରିଥିଲେ ।

ଏ ସଂକ୍ରାନ୍ତରେ ସାମ୍ବାଦିକ ମନୋଜଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ ମାମଲା ରୁଜ୍ଜ ହୋଇଛି । ଗତ ମାସ ୨୬ ତାରିଖ ଏକ ଠକେଇ ଅଭିଯୋଗରେ ସମ୍ବଲପୁରର ଲୋକନାଥ ମହାନ୍ତି ନାମକ ଜଣେ ଯୁବକ ମନୋଜଙ୍କ ପରିଚୟ ପତ୍ରକୁ ଜାଲ କରି ଏକ ନକଲି ପରିଚୟ ପତ୍ର ପ୍ରସ୍ତୁତ କରିଥିବା ସଂକ୍ରାନ୍ତରେ ବୁର୍ଲା ଥାନାରେ ମନୋଜ ଅଭିଯୋଗ କରିଥିଲେ । ଫୋନରେ ଯୁବକ ଏବଂ ମହିଳା ଜଣକ ଲୋକନାଥଙ୍କ ନାମରେ କାହିଁକି ଅଭିଯୋଗ କଲୁ ବୋଲି କହି ଧମକ ଦେଇଥିବା ସାମ୍ବାଦିକ ମନୋଜ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼