Masthead

ଓଡ଼ିଆ ପୁଅ ୧୦୦ରୁ ୧୦୦

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ବଡ଼ ଖୁସି ଖବର। ଇତିହାସ ରଚିଛନ୍ତି ଓଡ଼ିଆ ପୁଅ। ନୀଟ୍ ପ୍ରବେଶିକାରେ ଜାତୀୟ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ସୋଏବ ଅଫତାବ। ଆହୁରି ଗର୍ବର କଥା ହେଉଛି, ୭୨୦ରୁ ୭୨୦ ଅର୍ଥାତ୍ ଶତପ୍ରତିଶତ ମାର୍କ ରଖି ସୋଏବ ନୀଟ୍ ଟପ୍ପର ହୋଇଛନ୍ତି। ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲାର ଆଜାଦ ବସ୍ତିରେ। ନୀଟ୍ ଟପ୍ପର ହେବାରେ ସୋଏବ ହେଉଛନ୍ତି ପ୍ରଥମ ଓଡ଼ିଆ। ଏପରିକି ଶତ ପ୍ରତିଶତ ନମ୍ବର ରଖିବାରେ ମଧ୍ୟ ସୋଏବ ଦେଶର ପ୍ରଥମ ନୀଟ୍ ପରୀକ୍ଷାର୍ଥୀ। ଏକ ଗରିବ ପରିବାରର ମେଧାବୀ ଛାତ୍ର ହେଉଛନ୍ତି ସୋଏବ।

ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ତାଙ୍କ ବାପା ଚା’ ବିକ୍ରି କରି ପରିବାର ଚଳାଉଥିଲେ। ପୁଅର ପାଠପଢ଼ା ପାଇଁ ପଇସା ରୋଜଗାର କରିବାକୁ ଅସମର୍ଥ ଥିଲେ। ତେବେ ଏହା ପରେ ତାଙ୍କ ବାପା ଚା’ ବ୍ୟବସାୟ ଛାଡ଼ି ନିର୍ମାଣ କାମରେ ଯୋଗଦେଇଥିଲେ। ଧୀରେ ଧୀରେ ପରିବାରର ଆର୍ଥିକ ସ୍ଥିତି ବଦଳିଥିଲା। ସୋଏବ କୋଚିଂ ପାଇଁ କୋଟା ଯାଇଥିଲେ। ଏକାଦଶ ଶ୍ରେଣୀରେ ଏତେ ଭଲ ନମ୍ବର ରଖିପାରି ନ ଥିଲେ ସୋଏବ। କିନ୍ତୁ କଠିନ ପରିଶ୍ରମ ବଳରେ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ସେ ଦିଲ୍ଲୀ ଏମ୍ସରେ ନାମ ଲେଖାଇବାକୁ ଇଚ୍ଛୁକ ଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ