ସ୍ୱାୟତ୍ତ ଶାସନ ଦିବସକୁ ନେଇ ରାଜନୀତି

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ସ୍ୱାୟତ୍ତ ଶାସନ ଦିବସକୁ ନେଇ ତେଜିଲା ରାଜନୀତି । ଆଜି ସ୍ୱାୟତ୍ତ ଶାସନ ଦିବସ ଜଗତସିଂହପୁର ପୌରପରିଷଦ ମଧ୍ୟରେ ବହୁତ ଆଡମ୍ବର ସହିତ ପାଳନ ହେଉଥିବା ବେଳେ କିନ୍ତୁ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ କୁ ଅଣଦେଖା କରାଯାଇଥିବାକୁ ନେଇ ବିଜେପିର ଜିଲ୍ଲା ପାର୍ଟି ଅଫିସ କାର୍ୟ୍ୟଳୟ ପରିଷର ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ରଖିଲେ ଉପାଧ୍ୟକ୍ଷ । ପୌରପରିଷ ର ଅତିଥି ଚୟନ କମିଟିର ରାଜେନ୍ଦ୍ର ବିଶୋଇ ସଦସ୍ୟ ଥିବା ବେଳେ ଖୋଲାଖୋଲି ଭାବେ ତାଙ୍କ ପ୍ରସ୍ତାବକୁ ଅଣଦେଖା କରାଯାଇଛି । ଯାହାକି ପୌରପରିଷଦରେ ଏକ ଛତ୍ରବାଦୀ ଶାସନ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଆଜିର ବିଭିନ୍ନ ପ୍ରକଳ୍ପ ଉଦଘାଟନକୁ ନଯିବା ସହିତ ଅପରାହ୍ନରେ ହେବାକୁ ଥିବା ସଭାକୁ ବର୍ଜନ କରଛନ୍ତି ରାଜେନ୍ଦ୍ର ବିଶୋଇ । ଯଦି ଏହିପରି ଭାବେ ଆଗକୁ ଏଭଳି ଏକ ଛତ୍ରବାଦୀ ଶାସନ ପୌରପରିଷଦରେ ଚାଲେ ତେବେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ କଂଗ୍ରେସ ସହିତ ହୋଇଥିବା ମେଣ୍ଟରୁ ମଧ୍ୟ ଦରକାର ପଡିଲେ ଓହରି ଯାଇପାରନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ