Masthead

ଆସାଇନମେଣ୍ଟ ଶେଷ କରି ସ୍ଲିପ ମୋଡରେ ରୋଭର ‘ପ୍ରଜ୍ଞାନ’

ସେପ୍ଟେମ୍ବର ୨୨ରେ ସୂର୍ଯ୍ୟଉଦୟ ହେବା ପରେ ପୁଣି କାମ ଆରମ୍ଭ କରିବ ପ୍ରଜ୍ଞାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ଲିପ ମୋଡରେ ପ୍ରଜ୍ଞାନ । ସେପ୍ଟେମ୍ବର ୨୨ରେ ସୂର୍ଯ୍ୟଉଦୟ ହେବା ପରେ ପୁଣି କାମ ଆରମ୍ଭ କରିବ ରୋଭର । ଗତକାଲି ରୋଭର ପ୍ରଜ୍ଞାନ ତାର ମିଶନ ପୂରା କରିଛି । ଚନ୍ଦ୍ରରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ସମସ୍ତ ତଥ୍ୟ ଲ୍ୟାଣ୍ଡର ବିକ୍ରମ ମାଧ୍ୟମରେ ପୃଥିବୀକୁ ପଠାଇଛି । ଏ ନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଚନ୍ଦ୍ରପୃଷ୍ଠରେ ଏକ ସୁରକ୍ଷିତ ସ୍ଥାନରେ ସ୍ଲିପ ମୋଡରେ ରୋଭରକୁ ରଖାଯାଇଛି । ଦୁଇଟି ପ୍ଲେ-ଲୋଡ ଏପିଏକ୍ସଏସ୍ ଏବଂ ଏଲଆଇବିଏସକୁ ମଧ୍ୟ ବନ୍ଦ ରଖାଯାଇଛି ।

ତେବେ ସେପ୍ଟମ୍ବର ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟଦୋୟ ହେବାର ଅଛି । ସୂର୍ଯ୍ୟ ଉଦୟ ହେଲେ ଲ୍ୟାଣ୍ଡରରେ ଲାଗିଥିବା ସୋଲାର ପ୍ୟାନେଲ ଗୁଡିକ ଆଲୋକ ଗ୍ରହଣ କରିବ । ଏବଂ ପୁଣି ରୋଭର କାର୍ଯ୍ୟ ଆରମ୍ଭ କରିବ ବୋଲି ଇସ୍ରୋ ଆଶା ରଖିଛି । ଚନ୍ଦ୍ରପୃଷ୍ଠରେ ପ୍ରବଳ ଥଣ୍ଡା ଯୋଗୁଁ ରୋଭର ଯଦି ସ୍ଲିପ ମୋଡରୁ ଫେରିବ ନାହିଁ, ତେବେ ଏହା ଚନ୍ଦ୍ରପୃଷ୍ଠରେ ଭାରତ ଦୂତ ଭାବେ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । କମ ଜୀବନକାଳ ମଧ୍ୟରେ ଶନିବାର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ଗତି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା