Masthead

ଶିଶୁକୁ ମାରି ଫିଙ୍ଗିଦେଲେ

ମହାକାଳପଡ଼ା, (ବଡ଼ ଖବର ବ୍ୟୁରୋ): ପର ଆପଣା, ଭେଦଭାବ ଜଣିନି ୬ବର୍ଷର ଝିଅ । ଜାଣିବା ପଇଁ ତା’ର ବୟସ ମଧ୍ୟ ହୋଇନି । କିନ୍ତୁ କେହି ତାକୁ ହତ୍ୟା କରି ଧାନବିଲରେ ଫିଙ୍ଗି ଦେଇଛି । ଏଭଳି ନୃଶଂସ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତ ବାଙ୍କିଛନ୍ଦା ଗାଁରେ ।

ବାଙ୍କିଛନ୍ଦା ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କ ୬ବର୍ଷର ଝିଅ ମଧୁସ୍ମିତା । ଆଜି ସେ ଘରେ ଏକା ଥିଲେ । ଲକ୍ଷ୍ମୀପ୍ରିୟା ଯାଇଥିଲେ ଗଧୋଇ । ଫେରି ଦେଖିଲେ ଝିଅ ମଧୁସ୍ମିତା ଘରେ ନାହିଁ । ବହୁ ଖୋଜାଖୋଜି କଲେ, ମାତ୍ର ଝିଅକୁ ପାଇଲେ ନାହିଁ ଲକ୍ଷ୍ମୀପ୍ରିୟା । ଖବର ପାଇଲେ ଧାନ ବିଲରେ ପଡ଼ିଛି ମଧୁସ୍ମିତାର ମୃତଦେହ । ବିକଳରେ ଲକ୍ଷ୍ମୀପ୍ରିୟା ମୃତ ମଧୁସ୍ମିତାଙ୍କୁ କୋଳରେ ଧରି ବିକଳରେ ଚିତ୍କାର ଛାଡିଲେ । ଖବର ପହଂଚିଲା ମହାକାଳପଡ଼ା ଥାନାରେ । ମଧୁସ୍ମିତାଙ୍କୁ କେହି ମାରି ବିଲରେ ପକାଇଦେଇଚି ବୋଲି ମାଆ ଲକ୍ଷ୍ମିପ୍ରିୟା ଥାନାରେ ଦେଇଛନ୍ତି ଏତଲା । ସବନ୍ସିପେକ୍ଟର ଜ୍ୟୋତ୍ସ୍ନାନା ରାଏ, ସନ୍ତୋଷ କୁମାର ପ୍ରଧାନ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ