ଦିଲ୍ଲୀରୁ ଲଢିବେ କହ୍ନେୟା!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ମଇଦାନ । ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ପ୍ରତିଯୋଗିତା ଜୋରଦାର ହେବା ଆଶା କରାଯାଉଛି । ମିଶନ୍ ୨୦୨୪ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । କିନ୍ତୁ ଏହାରି ଭିତରେ ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ମୁଖ୍ୟ ତଥା କଂଗ୍ରେସରେ ଯୋଗ ଦେଇଥିବା କହ୍ନେୟା କୁମାର କେଉଁ ଆସନରୁ ନିର୍ବାଚନ ଲଢିବେ ଏନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ କଂଗ୍ରେସ କହ୍ନେୟା କୁମାରଙ୍କୁ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ କରାଯାଇଛି । ବର୍ତ୍ତମାନ ୨୦୨୪ ରେ ତାଙ୍କର ସମ୍ଭାବ୍ୟ ଲୋକସଭା ଆସନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନା ଅନୁଯାୟୀ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦିଲ୍ଲୀର ଯେକୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କହ୍ନେୟା କୁମାର।

ଏହାପୂର୍ବରୁ ୨୦୧୯ ନିର୍ବାଚନରେ କହ୍ନେୟା କୁମାର ବିହାରର ବେଗୁସରାଇ ଆସନରୁ କମ୍ୟୁନିଷ୍ଟ ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଏହି ନିର୍ବାଚନରେ କହ୍ନେୟା ଜିତି ପାରିନଥିଲେ। ଭେଟେରାନ ବିଜେପି ନେତା ଗିରିରାଜ ସିଂଙ୍କଠାରୁ ୪୨୨,୨୧୭ ଭୋଟରେ ହାରିବା ପରେ କହ୍ନେୟା କୁମାର ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଆସନ୍ତା ସାଧାରଣ ନିର୍ବାଚନରେ ବିହାରରୁ କହ୍ନେୟା କୁମାରଙ୍କୁ ଫିଲ୍ଡିଂ କରିବାକୁ କଂଗ୍ରେସ ଚାହୁଁନାହିଁ।

ତେବେ ଦିଲ୍ଲୀର କେଉଁ ଆସନରୁ ଲଢିବେ କହ୍ନେୟା କୁମାର?

 ୨୦୧୯ ଲୋକସଭା ନିର୍ବାଚନରେ ବେଗସୁରାଇ ଆସନରୁ କହ୍ନେୟା କୁମାର ମୋଟ ୨୬୯,୯୭୬ ଭୋଟ୍ ଏବଂ ୨୨.୦୩ ପ୍ରତିଶତ ଭୋଟ୍ ପାଇଥିଲେ। ସେ ୨୦୨୧ ମସିହାରେ କଂଗ୍ରେସରେ ଯୋଗ ଦେଇ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ତେବେ ଏକ ରିପୋର୍ଟ ଅନୁଯାୟୀ କହ୍ନେୟା କୁମାର ୨୦୨୪ ନିର୍ବାଚନରେ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। କାରଣ ଏହା ହେଉଛି ତାଙ୍କ ରାଜନୈତିକ କର୍ମଭୂମି । ଯେଉଁଠାରୁ ତାଙ୍କୁ ଫାଇଦା ମିଳିପାରୋ ଏଥିପାଇଁ ତାଙ୍କୁ ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି । ଯେଉଁଠି ଭୋଜପୁରୀ ଅଭିନେତା ମନୋଜ ତିୱାରୀ ବର୍ତ୍ତମାନ ବିଜେପିର ସାଂସଦ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!