Masthead

କାର୍ଡ ଅଛି, ଚାଉଳ ନାଇଁ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତରେ ରାସନକାର୍ଡ ଦୁର୍ନୀତି । ପ୍ରଧାନପଡ଼ା ଗାଁର ୬୧ ବର୍ଷୀୟ ପଦ୍ମଚରଣଙ୍କ ପାଖରେ ରାସନକାର୍ଡ ଥାଇ ମଧ୍ୟ ତାଙ୍କୁ ମିଳୁନାହିଁ ରାସନ । ତାଙ୍କ କାର୍ଡରେ ଅନ୍ୟ କେହି ଚାଉଳ ଓ ଗହମ ଉଠାଇ ନେଉଛି । ଦୀର୍ଘ ଦୁଇବର୍ଷ ହେବ ଏଭଳି ଚାଲିଛି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ପାଉ ନାହାନ୍ତି ହିତାଧିକାରୀ ପଦ୍ମଚରଣ ।

ପଦ୍ମଚରଣଙ୍କ ପରିବାର କହିଲେ ସ୍ତ୍ରୀ ଓ ଝିଅ । ଝିଅ ବାହା ହେବା ପରେ ସ୍ୱାମୀ ସ୍ତ୍ରୀ ଏକାକୀ ଜୀବନ କାଟୁଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବା ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ସରକାରୀ ସହାୟତାରୁ ବଞ୍ଚିତ । ରାସନକାର୍ଡ ପାଇଥିଲେ ସୁଦ୍ଧା ମିଳୁନି ରାସନ । ତାଙ୍କ କାର୍ଡରେ ଅନ୍ୟ କେହି ଚାଉଳ ଉଠାଉଥିବା ଶୁଣିବାକୁ ମିଳୁଛି । ଏନେଇ ବ୍ଲକର ଯୋଗାଣ ଅଧିକାରୀଙ୍କୁ ପଚାରିଥିଲେ ସୁଦ୍ଧା ସେ ଏହାକୁ ଏଡ଼ାଇ ଦେଇଛନ୍ତି । ବାରମ୍ବାର ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଉ ରାସନ ପାଇବାକୁ ଭୁଲିଯାଇଛନ୍ତି ପଦ୍ମଚରଣ । ରାସନକାର୍ଡରେ ରାସନ ମିଳିଲେ ବାକି ଜୀବନ କାଟିଦିଅନ୍ତି ବୋଲି ‘ବଡ଼ ଖବର’କୁ କହିଛନ୍ତି ପଦ୍ମଚରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼