ପର୍ଯ୍ୟଟକ ଦେଖିବେ ଜାତୀୟ ଉଦ୍ୟାନର ଶ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । ପ୍ରତିଦିନ ୫ ଶହ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ଛଡାଯିବ ବୋଲି କୁହାଯାଇଛି । ଆବଶ୍ୟକ ଟିକେଟ ୱେବସାଇଟ ଓ କାଉଣ୍ଟରରୁ କିଣିପାରିବେ ପର୍ଯ୍ୟଟକ । ଚଳିତ ବର୍ଷ ଭିତରକନିକାରେ ୧୦୩ଟି କୁମ୍ଭୀରବସା ଓ ୩ ହଜାର ଛୁଆକୁମ୍ଭୀର ଜନ୍ମ ନେଇଛନ୍ତି । କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯାଉଛି । କୁମ୍ଭୀରମାନଙ୍କର ମିଳନ ଓ ବସାବାନ୍ଧିବା କାରଣ ପାଇଁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିଥିଲା ଏହି ଜାତୀୟ ଉଦ୍ୟାନ । ପରେ କରୋନାରୁ ଅକ୍ଟୋବର ୧୮ପର୍ୟ୍ୟନ୍ତ ଭିତରକନିକା ବନ୍ଦ କରାଯାଇଥିଲା ।

ଅକ୍ଟୋବର ପହିଲାରୁ ଆଂଶିକ ଖୋଲାଥିଲା ଭିତରକନିକା ଜାତୀୟ ଉଦ୍ୟାନ । କେବଳ ରାତ୍ରିରହଣୀ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଥିଲା। ପାର୍କ ଭିତର ଏବେ ମରାମତି ହୋଇଯାଇଛି । ପୂଜାଛୁଟି ସମୟରେ ପଡୋଶୀ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ପର୍ୟ୍ୟଟକ ଆସିଥାନ୍ତି। ଆଶା ଏଥର ବି ଆସିବେ । ୪୦ଜଣ ସ୍ଥାନୀୟ ତାଲିମପ୍ରାପ୍ତ ଯୁବକ ଗାଇଡ଼ ଭାବେ ପର୍ୟ୍ୟଟକଙ୍କୁ ଭ୍ରମଣରେ ସାହାଯ୍ୟ କରିବେ । ଶୀତ ଆସୁଥିବାରୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଲାଣି । ବେସରକାରୀ ସଂସ୍ଥାମାନଙ୍କୁ ପର୍ୟ୍ୟଟକଙ୍କ ରହଣୀ ପାଇଁ ଅନୁମତି ଦିଆଯାଇଛି। ସବୁ ଦୃଷ୍ଟିରୁ ଏବେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ପ୍ରସ୍ତୁତ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ