Masthead

ବଲିଉଡରେ ‘ଇଣ୍ଡିଆ ଓ ‘ଭାରତ’ ନାମକରଣ ବିବାଦର ପ୍ରଭାବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦେଶରେ ଲାଗି ରହିଛି ‘ଇଣ୍ଡିଆ’ ଓ ‘ଭାରତ’ ନାମକରଣକୁ ନେଇ ବିବାଦ । ଏହାକୁ ନେଇ ଏବେ ରାଜନୀତି ସଗରମ । ଏହି ପ୍ରସଙ୍ଗରୁ ବଲିଉଡ ମଧ୍ୟ ବାଦ ପଡିନି । ବଲିଉଡର ଆକ୍ସନ ହିରୋ ଅକ୍ଷୟ କୁମାର ମଧ୍ୟ ଏନେଇ ପରୋକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି ।
‘ଇଣ୍ଡିଆ’ ‘ଭାରତ’ର ନାମକରଣକୁ ନେଇ ପରୋକ୍ଷରେ ନିଜର ମତ ରଖିଲେ ବଲିଉଡର ଖିଲାଡି କୁମାର ଅକ୍ଷୟ । ଆକ୍ସନ ଷ୍ଟାର ଅକ୍ଷୟ କୁମାର ଦେଶର ନାଁ କେବଳ ‘ଭାରତ’ ରଖିବାକୁ କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି । ଏଥିପାଇଁ ସେ ନିଜ ଅଭିନୀତ ଚଳଚ୍ଚିତ୍ରର ନାଁକୁ ବଦଳାଇ ଦେଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ରାନିଗଞ୍ଜ:ଦ ଗ୍ରେଟ ଇଣ୍ଡିଆନ ରେସ୍କ୍ୟୁ’କୁ ବଦଳାଇ ନାଁ ଦେଇଛନ୍ତି ‘ମିଶନ ରାନିଗଞ୍ଜ: ଦ ଗ୍ରେଟ ଭାରତ ରେସ୍କ୍ୟୁ’ ।

ଚଳଚ୍ଚିତ୍ରଟି ଅକ୍ଟୋବର୬ରେ ମୁକ୍ତିଲାଭ କରିବ । ଖିଲାଡି କୁମାର ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଛନ୍ତି ହିରୋ କେବେ ମେଡାଲ ପାଇଁ ଅପେକ୍ଷା କେରନି । ହିରୋ ୧୯୮୯ ମସିହାରେ ଅସମ୍ଭବ ଶବ୍ଦକୁ ହାସଲ କରିଥିଲେ । ଭାରତର ହିରୋମାନଙ୍କୁ ଜାଣିବା ପାଇଁ ସମସ୍ତେ ଏହି ଫିଲ୍ମଟିକୁ ପ୍ରେକ୍ଷାଳୟରେ ଦେଖନ୍ତୁ ବୋଲି ସେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ସବ୍‌ର୍ଗତ ଯଶୱନ୍ତ ସିଂ ଗିଲ୍‌ଙ୍କ ଭୂମିକାରେ ଦେଖିବାକୁ ମିଳିବ।

୧୯୮୯ରେ ରାଣୀଗଞ୍ଜର କୋଇଲା ଅଞ୍ଚଳରେ ଫସିରହିଥିବା ଖଣି କର୍ମଚାରୀଙ୍କୁ ଯଶୱନ୍ତ ଉଦ୍ଧାର କରିଥିଲେ । ସେହି ସତ ଘଟଣାକୁ ନେଇ କାହାଣୀଟି ପ୍ରସ୍ତୁତ ହୋଇଛି । ଜଳଜ୍ଜିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ପରିଣିତୀ ଚୋପ୍ରା,ପୱନ ମାଲହୋତ୍ରା,କୁମୁଦ ମିଶ୍ରା, ରବି କିଶାନ, ଶିଶିର ଶର୍ମା ପ୍ରମୁଖ ରହିଛନ୍ତି । ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଟିନୁ ସୁରେଶ ଦେଶାଇ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ