Masthead

ମା’ ହେଲା କୁମାତା

ପାଟଣାଗଡ଼,(ବଡ଼ ଖବର ବ୍ୟୁରୋ): ମା’ କେବେ କୁମାତା ହୋଇପାରେନା । ମା’ର ପଣତକାନି ଶ୍ରୀମନ୍ଦିର ନେତଠାରୁ ଆହୁରି ବଡ଼ । ଯେତେ ଦୁଃଖ ଆସୁ, କଷ୍ଟହେଉ ଜନ୍ମନେଇଥିବା ସନ୍ତାନକୁ ପଣତକାନିରେ ଘୋଡେଇ ରଖେ । ମାତ୍ର ଆମେ ଏପରି ଜଣେ ମା କଥା କହୁଛୁ, ଯିଏ ଜନ୍ମ ଦେଇଥିବା ଶିଶୁକନ୍ୟାକୁ କୋଳେଇ ନେବା ପରିବର୍ତ୍ତେ ଜଙ୍ଗଲରେ ଫୋପାଡ଼ି ଦେଇଛି । ତା ପାଇଁ ଅଲୋଡ଼ା ହୋଇଛି ନବଜାତ ଶିଶୁକନ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପାଲି ଗାଁ ନିକଟସ୍ଥ ଜଙ୍ଗଲରେ ।

ସୋମବାର ସକାଳୁ ପାଟଣାଗଡ଼ ବ୍ଲକ ସାଲେପାଲି ଗାଁ ନିକଟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଗାଁ ଲୋକେ କନ୍ୟାଟିକୁ ଦେଖିବା ପରେ ସାଲେପାଲି ଗାଁର ଆଶାକର୍ମୀ ସୁଲୋଚନା ମେହେରଙ୍କୁ ଖବର ଦେଇଥିଲେ । ସୁଲୋଚନା ନବଜାତ ଶିଶୁକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ନବଜାତ ଶିଶୁଟି କାହାର ସ୍ପଷ୍ଟ ହୋଇନାହିଁ । କୁମାରୀ ମାତୃତ୍ୱ ଲାଗି ଏଭଳି ହୋଇଥିବା ଚର୍ଚ୍ଚା ହେଉଛି । ପୋଲିସ ଖବର ପାଇବା ପରେ ତଦନ୍ତ ଜାରି ରଖିଛି ।

ଆଜି ସକାଳେ ସାଲେପାଲି ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଶିଶୁର କାନ୍ଦ ଶୁଣିଥିଲେ କିଛି ଛେଳି ଚରାଳି । ପରେ ଆଶା କର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ତାଙ୍କ ସ୍ୱାମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁଟି ଦୟନୀୟ ହୋଇପଡିଥିବାର ଦେଖିଥିଲେ । ଛୁଆଟିର ଦେହସାରା ଜନ୍ଦା ପିମ୍ପୁଡି ଘେରିଯାଇଥିଲେ । ଗୁରୁତର ଶିଶୁକୁ ଘରକୁ ଆଣି କ୍ଷୀର ଖାଇବାକୁ ଦେଇଥିଲେ । ପରେ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି । ବର୍ତ୍ତମାନ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ସାଲେପାଲି ଗ୍ରାମର ଆଶାକର୍ମୀ ନବଜାତକକୁ ନିଜେ ଲାଳନପାଳନ କରିବା ସହ ନିଜ ଜନ୍ମିତ ଶିଶୁର ଅଧିକାର ଦେବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗୀର ଚାଇଲ୍ଡ ଲାଇନ ଶିଶୁର ଅବସ୍ଥା ଦେଖିଲା ପରେ ପୋଲିସକୁ ଜଣାଇ ସିଡବ୍ଲ୍ୟସିକୁ ହସ୍ତାନ୍ତର କରିବ । ପରେ ଆଇନ ଅନୁଯାୟୀ ଶିଶୁର ଲାଳନ ପାଳନ କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟା ମୀନାକ୍ଷୀ ପୁରୋହିତ ସ୍ପଷ୍ଟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼