Masthead

ମରକ୍କୋରେ ଭୂକମ୍ପ ତାଣ୍ଡବ; ମୃତ୍ୟୁସଂଖ୍ୟା ୨ ହଜାର ପାର୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମରକ୍କୋରେ ଭୂକମ୍ପ ତାଣ୍ଡବ । ମୃତ୍ୟୁସଂଖ୍ୟା ୨ ହଜାର ପାର୍ । ଏପର୍ଯ୍ୟନ୍ତ ଅଢ଼େଇ ହଜାର ଲୋକ ଆହତ ହେବା ସହ , ପ୍ରାୟ ୨ ହଜାର ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବା ନେଇ ଶନିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୂମିକମ୍ପର ପ୍ରଭାବ ପ୍ରାୟ ୭୨ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ବଡ଼ବଡ଼ କୋଠା ଧ୍ୱଂସାବଶେଷ ତଳେ ଆହୁରି ଫସିଥିବା ଆଶଙ୍କା କରାଯାଉଛି ।  ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଏସବୁ ଭିତରେ ମୃତ୍ୟ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପରେ ଧରାଶାୟୀ ହୋଇପଡିଛି ଆଫ୍ରିକୀୟ ଦେଶ । ଗତ ଗୁରୁବାର ରାତି ପାଖାପାଖି ୧୧ଟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଆମେରିକାର ଭୌଗୋଳିକ-ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଗୁରୁବାର ରାତି ୧୧ଟା ୧୧ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୬.୮ । କିଛି ସେକେଣ୍ଡ ପାଇଁ ଝଟକା ଅନୁଭୂତ ହୋଇଥିଲା । ଏହାର ୧୯ ମିନିଟ ପରେ ଆଉ ଏକ ଭୂମିକମ୍ପର ଝଟକା ଲାଗିଥିଲା ।ତେବେ ଏହା ଅପେକ୍ଷାକୃତ ଦୁର୍ବଳ ଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୯ ମପାଯାଇଥିଲା । ତେବେ ମରୋକ୍କୋର ନିଜସ୍ୱ ଭୂମିକମ୍ପ ଗବେଷଣା ସଂସ୍ଥା ପ୍ରଥମ ଭୂମିକମ୍ପର ତୀବ୍ରତା ୭ ପଏଂଟ ରହିଥିଲା ବୋଲି କହିଛି । ପ୍ରାୟ୬୦ ବର୍ଷ ଭିତରେ ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି । ତେବେ ମରକ୍କୋ ସରକାରଙ୍କ ପକ୍ଷରୁ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ