Masthead

ଏକ କାଳିନ ୩ଟି ମନ୍ଦିରରୁ ନଗଦ ଟଙ୍କା ଓ ଅଳଙ୍କାର ଚୋରି

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ) ଦିନକୁ ଦିନ ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ଭୁସୁଡିବାରେ ଲାଗିଛି । ଗତ ଶୁକ୍ରବାର ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ କାଳିନ ୩ଟି ମନ୍ଦିରରୁ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଅନ୍ତର୍ଗତ ତୋଟାପଡା ପଞ୍ଚାୟତରେ ।

ଶୁକ୍ରବାର ବିଳମ୍ବିତ ରାତିରେ ତୋଟାପଡା ତାରିଣୀ ମନ୍ଦିର, ମାଣିପୁର ନାଗା ଗୋସାଇଁ ମନ୍ଦିର ଏବଂ ନୂଆସାହିରେ ମା ଜିତେନ୍ଦ୍ରୀ ମନ୍ଦିରରେ ଚାବି ଭାଙ୍ଗି ସମସ୍ତ ଅଳଙ୍କାର ଏବଂ ଟଙ୍କା କେହି ଦୃବୁତ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଏନେଇ ମନ୍ଦିର ପୂଜକ ବାଂଶଡା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ନୂତନ ଥାନା ଅଧିକାରୀ ଦେବରାଜ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ମନ୍ଦିରର ସିସିଟିଭି ଫୁଟେଜ ପୋଲିସ ହାତରେ ଥିବାବେଳେ ତୁରନ୍ତ ଚୋର ଧରିବାରେ ସଫଳ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି