Masthead

ପାତାଳୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ

କୋରାପୁଟ(ବଡ଼ ଖବର ବ୍ୟୁରୋ); ପାତାଳି ନଦୀରେ ଦେଶୀ ଡ଼ଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ପାଡୁଆ ଥାନା ଅନ୍ତର୍ଗତ ଗଲଗୁଣ୍ଡା ଗ୍ରାମର ଜୟଖିଲ ହୋଇଥିବା ସୂଚନା । ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାତାଳି ନଦୀରେ ଖୋଜାଖୋଜି ଜାରି ରଖିଛି । ଗତକାଲି ଜୟ ତାଙ୍କ ପୁଅକୁ ଦେଖିବା ପାଇଁ ଗଲୁର ଗ୍ରାମକୁ ଯାଇଥିଲେ ।

ଗଲୁର ଆବାସ ବିଦ୍ୟାଳୟରେ ପୁଅକୁ ଦେଖା କରିବା ପରେ ତାଙ୍କ ଗ୍ରାମର ଆଉଜଣେ ଛାତ୍ର ଦେବ ବୁରୁଡିଙ୍କୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ । ଦେଶୀ ଡ଼ଙ୍ଗା ସାହାଯ୍ୟରେ ପାତାଳିନଦୀ ପାର ହେଉଥିବା ସମୟରେ ଡ଼ଙ୍ଗାଟି ବୁଡ଼ିଯାଇଥିଲା । ଦେବ ପହଁରି ପହଁରି କୂଳକୁ ଚାଲି ଆସିଥିବା ବେଳେ ଜୟ ନିଖୋଜ ହୋଇଯାଇଥିଲେ । ଗଲଗୁଣ୍ଡା ଗ୍ରାମବାସୀ ନଈରେ ଖୋଜିବା ପରେ ମଧ୍ୟ ଜୟଙ୍କ ପତା ମିଳିନଥିଲା । ଆଜି ମଧ୍ୟ ଅଗ୍ନିଶମ ବିଭାଗ ଦ୍ୱାରା ଖୋଜାଖୋଜି ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା