Masthead

ଆଜି ଅଧାରୁ ଖେଳାଯିବ ଭାରତ-ପାକ୍ ମ୍ୟାଚ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବାଧକ ସାଜିଲା ବର୍ଷା ।  ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ।  ଆଜି ପୁଣି ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ୍ । ବର୍ଷା ପାଇଁ ଗତକାଲିର ଅସମାପ୍ତ ମ୍ୟାଚ୍‌ ଆଜି ଖେଳାଯିବ । ୨୪.୧ ଓଭରରୁ ଆଜି ପୁଣି ବ୍ୟାଟିଂ ଆରମ୍ଭ କରିବ ଭାରତ । ବିରାଟ କୋହଲି ଓ କେଏଲ୍‌ ରାହୁଲ ଆରମ୍ଭ କରିବେ ବ୍ୟାଟିଂ। ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକଯିବା ପରେ ବର୍ଷା ପୁଣି ବାଟ ଓଗାଳିଛି।

ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରିଥିବାବେଳେ ବର୍ଷା କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା । ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ଆଜି ଭାରତ ସେହି ଅଧା ପାଳି ଠାରୁ ହିଁ ପୁନଃ ଖେଳିବ। । ତେବେ ଆଜି ବି କଲମ୍ବୋରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ଆଉ ଆଜିର ମ୍ୟାଚ ରଦ୍ଦ ହେଲେ ଦୁଇ ଦଳ ଗୋଟିଏ ଲେଖାଁଏ ପଏଣ୍ଟ ଭାଗ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା