Masthead

ଗାଦି ମାଡ଼ି ବସିଛନ୍ତି ଜିଲ୍ଲାପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ସରକାର ଭାଙ୍ଗୁଛନ୍ତି ନିୟମ । ନିଜେ କରିଥିବା ନିୟମ ଭାଙ୍ଗୁଛନ୍ତି ସରକାର । ଗାଦିମାଡ଼ି ବସିଛନ୍ତି ଜିଲ୍ଲାପାଳ । ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇଲେ ମଧ୍ୟ ସରକାର ଚୁପ୍ । ବିଜେଡିର ପଞ୍ଚମ ପାଳିର ୪ ବର୍ଷ ଭିତରେ ଅଳ୍ପ କିଛି ପ୍ରଶାସନିକ ଅଧିକାରୀ ଭୁଲି ଯାଇଛନ୍ତି ଆଇନ କାନୁନ୍ । ସେମାନେ ସମ୍ବିଧାନ ଦ୍ୱାରା ପରିଚାଳିତ ହେବା ଦରକାର ।

ସମ୍ବିଧାନର ପ୍ରବଧାନକୁ ଦେଖି କାମ କରିବା କଥା । ସେମାନଙ୍କୁ ଓଡ଼ିଶା ସରକାରଙ୍କ ଅଧୀନରେ ରଖାଯାଇଛି । ବିଜୁ ଜନତା ଦଳର କର୍ମୀ ହିସାବରେ କାମ ନକରି ସମ୍ବିଧାନଙ୍କୁ ଆଖି ଆଗରେ ରଖି କାମ କରିବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପରାମର୍ଶ ଦେଇଛନ୍ତି । ସମୟ ସମାନ ରହିବ ନାହିଁ । ସମୟ ବଦଳିବ । ଯେଉଁ ହାତଗଣତି ଅଫିସର ଅଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଇଛି । କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲପାଳ ପାଞ୍ଚ ବର୍ଷ ହେଲା କାହିଁକି ସେ ସିଟରେ ଅଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳମାନେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି ।

ଏସ୍ପିମାନେ ସାଧାରଣ ସମ୍ପାଦକ ଭଳି କାମ କରୁଛନ୍ତି । ମୟୁରଭଞ୍ଜ ଘଟଣା ଏହାକୁ ପ୍ରମାଣିତ କରିଦେଇଛି । ଲୋକଙ୍କ ସେବା ନ କରି ଏହି ଅଧିକାରୀମାନେ ବେପାର କରିବାରେ ବ୍ୟସ୍ତ । ଜନତାଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାପାଳମାନଙ୍କ ପାଖରେ ସମୟ ନାହିଁ । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳ ୬ ରୁ ୭ ବର୍ଷ ହେଲା ଗାଦିମାଡ଼ି ବସିଛନ୍ତି । ବିରୋଧୀଙ୍କ ଅଭିଯୋଗ ସମ୍ପର୍କରେ ବିଜେଡିର ମତାମତ ମିଳିପାରି ନାହିଁ । ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ଦୁର୍ଯେ୍ୟାଧନଙ୍କ ସହ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ