Masthead

୧୨ଟି କେରାଣ୍ଡି ପାଇଁ କଙ୍ଗାରୁ କୋର୍ଟ, ଲୋକଲଜ୍ୟା ସହିନପାରି ଜୀବନ ହାରିଲେ ଯୁବକ

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ମାଛ ଚୋରି ଅଭିଯୋଗ ଆଣି ଗାଁରେ ବସିଲା କଙ୍ଗାରୁ କୋର୍ଟ। ମାଡ଼ ମାରିବା ସହ ଦିଆଗଲା ୧୨ ଗୋଟି କେରାଣ୍ଡି ମାଛ ପାଇଁ ୧୨୦୦୦ ଟଙ୍କା ଜରିମାନା। ଆଉ ଲୋକଲଜ୍ୟା ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗାଆଁରୁ । ଗତ ୯ ତାରିଖ ରାତିରେ ଯଶୋବନ୍ତ ମହାନ୍ତ ନାମକ ଜଣେ ଯୁବକ ଗାଆଁ ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ କରି କିଛି ବ୍ୟକ୍ତି ମାରପିଟ କରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରିଥିବାରୁ ତାଙ୍କୁ ୧୨ ହଜାର ଟଙ୍କା ଅର୍ଥଦଣ୍ତ କରିଥିଲେ ।

ଗ୍ରାମରେ କୋଙ୍ଗାରୁ କୋର୍ଟ ଗତକାଲି ସକାଳୁ ଦିନ ୧୧ଟା ପର‌୍ୟ୍ୟନ୍ତ ଚାଲିଥିଲା । ଏହା ପରେ ଚୋରି କରିଥିବା ଯୁବକକୁ ଛାଡି ଦେଇଥିଲେ । ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁକଥା ବାପାକୁ କହିବା ସମୟରେ ହଠାତ୍ ଅସୁସ୍ଥ ହଇ ଯାଇଥିଲେ। ଯାହା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ମେଡ଼ିକାଲ ଆଣିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଡାକ୍ତର ବିଷ ପିଇ ଥିବା କଥା ମୃତ ଯୁବକଙ୍କ ବାପାଙ୍କୁ କହିଥିଲେ । ତେବେ ମୃତ ଯଶୋବନ୍ତଙ୍କ ବାପା ହତ୍ୟା ଅଭିଯୋଗ ଆଣି ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ୍ ଗାଆଁକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରି ୮୪/୨୦୨୩ ରେ ଏକ ମାମଲା ରୁଜୁ କରିଛି । ଏହା ସହ ପୋଲିସ ଅନ୍ୟାନ୍ୟ ଦିଗରେ ତଦନ୍ତ ମଧ୍ୟ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା