Masthead

ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସି ଫେରିପାରିଲେନି ଜଷ୍ଟିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ବିଶ୍ୱର ସମସ୍ତ ରାଷ୍ଟ୍ରନେତା । କାନଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଏଥିରେ ସାମିଲ ହେବା ପାଇଁ ଭାରତ ଆସିଥିଲେ । ରବିବାର ଦିନ କାନଡା ଫେରିବା ପୂର୍ବରୁ ନିୟମାନୁଯାୟୀ ବିମାନର ଯାଞ୍ଚ ସମୟରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ ବିମାନ କାନଡା ଫେରିବାରେ ବିଳମ୍ବ ଦେଖାଦେଇଛି ।

ଜି-୨୦ ସମ୍ମିଳନୀ ପରେ ଅନ୍ୟ ବିଶ୍ୱନେତା ମାନେ ନିଜ ଦେଶକୁ ପ୍ରତ୍ୟବର୍ତ୍ତନ କରିଥିବା ବେଳେ ୩ଦିନ ହେଲା ଭାରତରେ ଅଛନ୍ତି କାନଡା ପ୍ରଧାନମନ୍ତ୍ରୀ । ଦୁଇଦିନ ବିତି ଯାଇଥିଲେ ମଧ୍ୟ ବିମାନ ସଜଡା ଯାଇପାରିନାହିଁ । କାନଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପ୍ରତିନିଧିଙ୍କୁ ଭାରତରୁ ନେବା ପାଇଁ ଏକ ଏୟାରବସ ସିଭିସି-୦୦୨କୁ ପଠାଯାଇଛି । ଏହାସହ ଖରାପ ବିମାନକୁ ସଜାଡିବା ପାଇଁ ଟେକ୍ନିକାଲ ଟିମ୍ ସହ କିଛି ଯନ୍ତ୍ରାଂଶ ମଧ୍ୟ ଅଣାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ