Masthead

ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସି ଫେରିପାରିଲେନି ଜଷ୍ଟିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ବିଶ୍ୱର ସମସ୍ତ ରାଷ୍ଟ୍ରନେତା । କାନଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଏଥିରେ ସାମିଲ ହେବା ପାଇଁ ଭାରତ ଆସିଥିଲେ । ରବିବାର ଦିନ କାନଡା ଫେରିବା ପୂର୍ବରୁ ନିୟମାନୁଯାୟୀ ବିମାନର ଯାଞ୍ଚ ସମୟରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ ବିମାନ କାନଡା ଫେରିବାରେ ବିଳମ୍ବ ଦେଖାଦେଇଛି ।

ଜି-୨୦ ସମ୍ମିଳନୀ ପରେ ଅନ୍ୟ ବିଶ୍ୱନେତା ମାନେ ନିଜ ଦେଶକୁ ପ୍ରତ୍ୟବର୍ତ୍ତନ କରିଥିବା ବେଳେ ୩ଦିନ ହେଲା ଭାରତରେ ଅଛନ୍ତି କାନଡା ପ୍ରଧାନମନ୍ତ୍ରୀ । ଦୁଇଦିନ ବିତି ଯାଇଥିଲେ ମଧ୍ୟ ବିମାନ ସଜଡା ଯାଇପାରିନାହିଁ । କାନଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପ୍ରତିନିଧିଙ୍କୁ ଭାରତରୁ ନେବା ପାଇଁ ଏକ ଏୟାରବସ ସିଭିସି-୦୦୨କୁ ପଠାଯାଇଛି । ଏହାସହ ଖରାପ ବିମାନକୁ ସଜାଡିବା ପାଇଁ ଟେକ୍ନିକାଲ ଟିମ୍ ସହ କିଛି ଯନ୍ତ୍ରାଂଶ ମଧ୍ୟ ଅଣାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ