ଛାତ୍ର ସଂସଦ ନିର୍ବାଚନ ଦାବି, ଆଜିଠୁ ସାରା ରାଜ୍ୟରେ ଏବିଭିପିର ଆନ୍ଦୋଳନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନ ଦାବି । ୫ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ କଲେଜ ଇଲେକ୍ସନ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଆଜିଠୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ଏବିଭିପି । ସେପଟେ ୨୪ ଘଣ୍ଟାର ମହଲତ ଦେଇଛି ଛାତ୍ର କଂଗ୍ରେସ । ୨୪ ଘଣ୍ଟା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଘୋଷଣା ନକଲେ ରାଜ୍ୟବ୍ୟାନୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ । ପ୍ରତି କଲେଜ ଓ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ କରାଯିବ ।

ସେହିପରି ଆସନ୍ତା ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦିବସ କରିବାକୁ ନିଷ୍ପତ୍ତି ନେଇଛି ଏଆଇଡିଏସ୍ଓ ବା ଅଲ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ୍ । ରାଜ୍ୟ ସରକାରଙ୍କ ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ପାଇଁ ତାରିଖ ନଥିବା ସାମନାକୁ ଆସିବା ପରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି । ସବୁଠି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି କ’ଣ ବନ୍ଦ କରାଯାଉଛି ଛାତ୍ର ସଂସଦ । କ’ଣ ପାଇଁ ବନ୍ଦ କରାଯାଉଛି ନୂଆ ନେତା ବାହାରିବା ବାଟ । କଲେଜ ଇଲେକ୍ସନକୁ କାହାର ଭୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ