Masthead

ପାଣିକୁ ନେଇ କଲେଜ ପରିସରରେ ତୁମୁଳକାଣ୍ଡ

ବସ୍ତା(ବଡ଼ ଖବର ବ୍ୟୁରୋ): ପାଣି ମଟର ଚଲେଇବାକୁ କେନ୍ଦ୍ର କରି କଲେଜ ପରିସରରେ ଅଧ୍ୟକ୍ଷ ଏବଂ କର୍ମଚାରୀଙ୍କ ମାରପିଟ, ଭିଡିଓ ହେଲା ଭାଇରାଲ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡ଼ରେ ଜଣେ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଆଜି ସକାଳେ କଲେଜ ପାଣି ଟାଙ୍କିରେ ପାଣି ଭର୍ତ୍ତି କରିବା ପାଇଁ କଲେଜର ଭାରପ୍ରାପ୍ତ ଅଧକ୍ଷ ଦିପ୍ତି ଭୂଷଣ କାନୁନଗୋ ଏବଂ ଇଲେକ୍କ୍ରିସିଆନ କୃଷ୍ଣ ପ୍ରସାଦ ସୁରଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ହେବା ସହ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମାଡରେ ଇଲେକ୍ଟ୍ରିସିଆନକୃଷ୍ଣ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯଦି ତଳ ଶ୍ରେଣୀର କର୍ମଚାରୀ କୌଣସି ଭୁଲ୍ କଲା ତା ଉପରେ କଲେଜ ପକ୍ଷରୁ ଶୃଙ୍ଖଳାଗତ କାର‌୍ୟ୍ୟନୁଷ୍ଠାନ ନେବାର ନିୟମ ରହିଛି । ମାତ୍ର ତାହା ନକରି ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ପିଲା ମାନଙ୍କ ସମ୍ମୁଖରେ ଭାରପ୍ରାପ୍ତ ଅଧକ୍ଷ ଏବଂ କର୍ମଚାରୀଙ୍କ ଭିତରେ ଏଭଳି ପରିସ୍ଥିତି ଉପୁଜେ ତାହାଲେ ଶିକ୍ଷା ଲାଭ କରିବାକୁ ଆସିଥିବା ଶିକ୍ଷାର୍ଥୀମାନେ କି ଶିକ୍ଷାଲାଭ କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା