Masthead

ଅଧିକ ପାରଦର୍ଶୀ ହେବ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆହୁରି ଅଧିକ ପାରଦର୍ଶୀ ହେବ । ବସ୍ତୁନିଷ୍ଣ ମାନଦଣ୍ଡ ପ୍ରସ୍ତୁତ କରାଯିବ ବୋଲି ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ସେ କହିଛନ୍ତି ସେଣ୍ଟର ପ୍ଲାନିଂ ଆଣ୍ଡ ରିସର୍ଚ୍ଚ ଦେଶରେ ନିଯୁକ୍ତି ଯୋଗ୍ୟ ବିଚାରପତିଙ୍କ ଉପରେ ଆକଳନ କରିବା ଲାଗି ଏକ ବ୍ୟାପକ ମଂଚ ପ୍ରସ୍ତୁତ କରିବା କାର୍ଯ୍ୟରେ ଲାଗିଛି । ବିଚାରପତିଙ୍କ ଅଭିଜ୍ଞତା ଓ ରାୟ ପ୍ରଦାନର ମାପକାଠି ଆଧାରରେ ସେମାନଙ୍କ ନିଯୁକ୍ତି ହେବ । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଦେଶର ପ୍ରମୁଖ ୫୦ ଜଣ ବିଚାରପତିଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ସେମାନଙ୍କ ଦକ୍ଷତା ଓ କାର୍ଯ୍ୟର ବିଶ୍ଲେଷଣ କରାଯିବ । ସେହିଭଳି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି ଲାଗି ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରିବା ସଂକ୍ରାନ୍ତ ତଥ୍ୟ କଲେଜିୟମ ପାଖରେ ରହୁିନଥିବା ବୋଲି ଯେଉଁ ଅଭିଯୋଗ ହେଉଛି ତାକୁ ପ୍ରଧାନ ବିଚାରପତି ଖଣ୍ଡନ କରିଛନ୍ତି । କହିଛନ୍ତି ଦେଶର ୫୦ ଜଣ ପ୍ରମୁଖ ବିଚାରପତିଙ୍କୁ ନେଇ କଲେଜିୟମ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ସେହି ବିଚାରପତିଙ୍କ ଦକ୍ଷତା ଆକଳନ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼