Masthead

କୋଲାବ ଜଳଭଣ୍ଡାରରେ ବୁଡି ମହିଳାଙ୍କ ମୃତ୍ୟୁ

ଲମତାପୁଟ(ବଡ଼ ଖବର ବ୍ୟୁରୋ): କୋଲାବ ଜଳଭଣ୍ଡାରରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଲମତାପୁଟ ବ୍ଲକ ଟେରାଗୁଡା ଗ୍ରାମରେ । ଟେରାଗୁଡା ଗ୍ରାମର ଇରାମଣି ମୁଦୁଲି ସକାଳୁ ଶୌଚ ହେବାପଇଁ କୋଲାବ ଜଲଭଣ୍ଡାରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସି ଯିବାରୁ ଜଳଭଣ୍ଡାରରେ ବୁଡି ନିଖୋଜ ହୋଇ ଯାଇଥିଲେ । ଇରା ଘରକୁ ଫେରିବାରେ ଡେରି ହେବାରୁ ଶେଷରେ ଖୋଜା ଖୋଜି କରିଥିଲେ ।

ଗ୍ରାମ ନିକଟରେ ଥିବା ଜଲଭଣ୍ଡାର ନିକଟରେ ଚପଲ ଦେଖି ସନ୍ଦେହରେ ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଁଚି ଜଳଭଣ୍ଡାରରେ ଖୋଜାଖୋଜି କରିବା ବେଳେ ୨୫ ଫୁଟ ଗଭୀର ଜଳରେ ମହିଳାଙ୍କ ମୃତ ଦେହ ରହିଥିଲା । ଅଗ୍ନିଶମ ବାହିନୀ କୂଳକୁ ଉଦ୍ଧାର କରି ଆଣିଥିଲେ । ମହିଳାଙ୍କ ମୃତ ଦେହକୁ ଲମତାପୁଟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼