Masthead

ଧୂମଧାମରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆବାହନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଧୂମଧାମରେ ଚାଲିଛି ଅଗ୍ରପୂଜ୍ୟ ଗଜାନନ ଗଣେଶଙ୍କ ପୂଜାର୍ଚ୍ଚନା ଜ୍ଝ ଗଣପତିଙ୍କ ପୂଜା ନିମନ୍ତେ ଚଳଚଞ୍ଚଳ ହୋଇ ଉଠିଛି ସହର ଠାରୁ ଗାଁ। ଏଥିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଗାଁରେ ଧୁମଧାମରେ ଏହି ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ପ୍ରତିଯୋଗିତା ମୂଳକ ଭାବେ ୧୬ ଟି ଗଣେଶଙ୍କ ମେଢ଼ କରି ଗ୍ରାମର ଯୁବକ ମାନେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରୁଛନ୍ତି ଏହି ଗଣେଶ ପୂଜା ଜ୍ଝ ସୁଉଚ ତୋରଣ ସାଙ୍ଗକୁ ସୁସଜ୍ଜିତ ମେଢ଼ ପୂଜାର ମୁଖ୍ୟ ଆକର୍ଷଣ ସାଜିଛି ।

ଭସାଣିରେ ପ୍ରତିଯୋଗିତା ମୂଳକ ଭାବେ ବାଜେ ଡିଜେ ପ୍ରତିଯୋଗିତା । ଏଥି ସହିତ ଗଣେଶଙ୍କ ଲଡୁକୁ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ନିଲାମ କରାଯାଇଥାଏ। ଚଳିତ ବର୍ଷ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂଜାକୁ ନେଇ ସମସ୍ତେ ଖୁସି ଥିବା ଦେଖିବକୁ ମିଳିଛି। ଆସନ୍ତା ଶୁକ୍ରବାର ୨୨ ତାରିଖ ଦିନ ବାବା ଗଣେଶଙ୍କ ଭାଷାଣି କାଯ୍ୟକ୍ରମ ରହିଛି । ଏହାକୁ ଦେଖିବା ପାଇଁ ଜିଲ୍ଲା ବାହାରୁ ଲୋକମାନେ ଆସି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିଥାନ୍ତି । ଏଥିପାଇଁ ସମସ୍ତ କମିଟି ମେମ୍ବର ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥାନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ