Masthead

ଧୂମଧାମରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆବାହନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଧୂମଧାମରେ ଚାଲିଛି ଅଗ୍ରପୂଜ୍ୟ ଗଜାନନ ଗଣେଶଙ୍କ ପୂଜାର୍ଚ୍ଚନା ଜ୍ଝ ଗଣପତିଙ୍କ ପୂଜା ନିମନ୍ତେ ଚଳଚଞ୍ଚଳ ହୋଇ ଉଠିଛି ସହର ଠାରୁ ଗାଁ। ଏଥିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଗାଁରେ ଧୁମଧାମରେ ଏହି ପୂଜା ପାଳନ ହେଉଥିବା ବେଳେ ଚଳିତ ବର୍ଷ ପ୍ରତିଯୋଗିତା ମୂଳକ ଭାବେ ୧୬ ଟି ଗଣେଶଙ୍କ ମେଢ଼ କରି ଗ୍ରାମର ଯୁବକ ମାନେ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରୁଛନ୍ତି ଏହି ଗଣେଶ ପୂଜା ଜ୍ଝ ସୁଉଚ ତୋରଣ ସାଙ୍ଗକୁ ସୁସଜ୍ଜିତ ମେଢ଼ ପୂଜାର ମୁଖ୍ୟ ଆକର୍ଷଣ ସାଜିଛି ।

ଭସାଣିରେ ପ୍ରତିଯୋଗିତା ମୂଳକ ଭାବେ ବାଜେ ଡିଜେ ପ୍ରତିଯୋଗିତା । ଏଥି ସହିତ ଗଣେଶଙ୍କ ଲଡୁକୁ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ନିଲାମ କରାଯାଇଥାଏ। ଚଳିତ ବର୍ଷ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂଜାକୁ ନେଇ ସମସ୍ତେ ଖୁସି ଥିବା ଦେଖିବକୁ ମିଳିଛି। ଆସନ୍ତା ଶୁକ୍ରବାର ୨୨ ତାରିଖ ଦିନ ବାବା ଗଣେଶଙ୍କ ଭାଷାଣି କାଯ୍ୟକ୍ରମ ରହିଛି । ଏହାକୁ ଦେଖିବା ପାଇଁ ଜିଲ୍ଲା ବାହାରୁ ଲୋକମାନେ ଆସି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିଥାନ୍ତି । ଏଥିପାଇଁ ସମସ୍ତ କମିଟି ମେମ୍ବର ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥାନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ