ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶକୁ ମିଳିଛି ନୁଆ ସଂସଦ । ଏହା ସହ ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାସ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଂସଦ ଭବନରେ ପ୍ରଥମ କାର୍ଯ୍ୟ ଦିବସକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜାଦୀ କା ଅମୃତ କାଳର ଏହା ଉଷା କାଳ । ଆଜି ଆମେ ନୁଆ ସଦନରେ ପ୍ରବେଶ କରିଛୁ । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ହେବ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସର୍ବସମ୍ମତ ପାରିତ କରନ୍ତିୁ ।
https://www.youtube.com/watch?v=eRABH26isOw
ପୁଣିଥରେ ଆମ ସରକାର ଏ ଦିଗରେ ପାଦ ବଢାଇଛନ୍ତ । ଆଜି ୧୯ ସେପ୍ଟେମ୍ବର ଏହି ତାରିଖ ଇତିହାସରେ ଅମରତ୍ୱ ପ୍ରାପ୍ତ କରିବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ ନାରୀ ଶକ୍ତି ବନ୍ଦନ ଅଧିନିୟମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।