ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): କୁଡମି ସମାଜର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଦାବି ନେଇ ମୟୂରଭଞ୍ଜ ୧୨ଘଣ୍ଟା ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଗାଡି ମଟର ଚଳାଚଳ, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ଡାକରା ଦିଆଯାଇଛି। ଏଥି ସହିତ ରେଳରୋକ୍ ମଧ୍ୟ କରାଯାଇଛି । ଏହି ବନ୍ଦ ଡାକରାକୁ ଡମି ଏକତା ମଞ୍ଚ ଓଡିଶା ପକ୍ଷରୁ ଦିଆଯାଇଛି।