Masthead

ଆମ ଦଳ ତରଫରୁ ମୁଁ ବିଲକୁ ସମର୍ଥନ ଜଣାଉଛି :ରାଜଶ୍ରୀ ମଲ୍ଲିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲୋକସଭାରେ ଚାଲିଥିବା ମହିଳା ସଂରକ୍ଷଣ ବିଲ ବିତର୍କ ରେ ଭାଗ ନେଇ ସମର୍ଥନ ଜଣାଇଲେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ । ସେ କହିଛନ୍ତି, ଆମ ଦଳ ତରଫରୁ ମୁଁ ବିଲକୁ ସମର୍ଥନ ଜଣାଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତ୍ରି ସ୍ତରୀୟ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ । ଏହା ଶହ ସେ ବହୁ ବିରୋଧର ଶିକାର ହୋଇଥିଲେ । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲୋକସଭାରେ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚେଷ୍ଟା ସଫଳ ହୋଇଛି ।ନାରୀ ଆଜି ବହୁତ ଆଗକୁ ବଢିଛି । ନାରୀ କୌଣସି ଗୁଣରେ କମ ନୁହେଁ । ୨୦୧୯ ରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ଆଜି ପ୍ରତିପାଦନ ହୋଇଛି । ଲୋକସଭାରେ ଚର୍ଚ୍ଚାରେ ଭାଗ ନେଇ ସମର୍ଥନ କଲେ ରାଜଶ୍ରୀ । ପାରିତ ହେବାକୁ ଥିବା ବିଲର ସଫଳ ରୁପାୟନ ହେବାକୁ ଯାଉଛି ଏବଂ ଏହି ବିଲକୁ ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ