Masthead

ଦୁଗ୍ଧଫାର୍ମ ଘେରିବେ ଗ୍ରାମବାସୀ

ଲଇକେରା,(ବଡ଼ ଖବର ବ୍ୟୁରୋ): ମରଣଯନ୍ତା ପାଲଟିଛି ରାସ୍ତା। କେବଳ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଓଭରଲୋଡେଡ୍ ହାଇଓ୍ଵା ଗାଡ଼ି ବେନିୟମ ଭାବରେ ଯାଉଛି। ପ୍ରତ୍ୟେକ ଦିନ ବାଲି, ଗୋଡ଼ି, ମେଟାଲ ଓ ସ୍ପଞ୍ଜ ଆଇରନରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓଭରଲୋଡିଂ କରି ହାଇଓ୍ଵା ଗାଡ଼ିରେ ଆସୁଛି। ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ଗ୍ରାମରେ। ମାନସ ଉପାଧ୍ୟାୟ ନାମକ ବ୍ୟକ୍ତି ଖୁନ୍ତାମାଲରୁ ଡୁମ୍ବେରଡିହି ଦେଇ ଲଇକେରାକୁ ଯାଇଥିବା ମଝିରେ ଏକ ଦୁଗ୍ଧଫାର୍ମ ନିର୍ମାଣ କରୁଛନ୍ତି। ସେହି ରାସ୍ତାରେ ବର୍ତ୍ତମାନ ବଡ଼ବଡ଼ ହାଇଓ୍ଵା ଗାଡ଼ି ଯିବା ଆସିବା କରୁଥିବାରୁ ରାସ୍ତାଟି ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ବର୍ତ୍ତମାନ ଧାନ ଅମଳ ସମୟ ଆସିଥିବାରୁ ଲୋକେ ପାୱାରଟିଲର, ଟ୍ରାକ୍ଟର ସହ କ୍ଷେତକୁ ଯିବାକୁ ପଡୁଛି। ଏମିତିକି ଗାଁ ଲୋକେ ମଧ୍ୟ ଗାଧୋଇବାକୁ ପୋଖରୀକୁ ଚାଲିଚାଲି ଯାଇ ପାରୁନାହାନ୍ତି। ବାଇକରେ ଗଲେ ଦୁର୍ଘଟଣାଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଛନ୍ତି। ଦୁଗ୍ଧଫାର୍ମ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବଡ଼ବଡ଼ ଗାଡ଼ି ଉକ୍ତ ରାସ୍ତାରେ ସବୁବେଳେ ଯାଆସ କରୁଥିବାରୁ ରାସ୍ତାଟି ବର୍ତ୍ତମାନ ସମ୍ପୂର୍ଣ ଖାଲଖମାରେ ପରିଣତ ହୋଇଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ମଙ୍ଗଳବାର ଉତ୍କଳମଣି ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ସହ ଯୁବଗୋଷ୍ଠୀ ମିଳିତ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ