Masthead

ନାବାଳିକା ନବବଧୂଙ୍କ ଆତ୍ମହତ୍ୟା , ସ୍ୱାମୀ ଗିରଫ

ଦଶରଥପୁର(ବଡ଼ ଖବର ବ୍ୟୁରୋ): ଜଣେ ନାବାଳିକା ନବବଧୂ ଆତ୍ମହତ୍ୟା କରିଛନ୍ତି । ମୃତ ନବବଧୂ ଜଣଙ୍କ ନାବାଳିକା । ନବବଧୂ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତ ମହିଳା ଜଣଙ୍କ ନାବାଳିକା ହୋଇଥିବାରୁ ଚାଇଲ୍ଡ ୱେଲଫ୍ୟାର ତରଫରୁ ଥାନା ରେ ଅଭିଯୋଗ ହୋଇଛି । ମଲ୍ଲୀକାପୁର ଅଙ୍ଗନବାଡି ସୁପର ଭାଇଜର ନିନାରାଣୀ ରାଉତ ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ମୃତ ମହିଳା ଜଣଙ୍କ ନାବାଳିକା ହୋଇଥିବା ବେଳେ କିଭଳି ଭାବେ ନାବାଳିକାର ପରିବାର ଜାଣିଶୁଣି ଏକ ନିରୀହ କୋମଳ ମତି ଶିଶୁକୁ ବିବାହ କରାଉଥିଲେ ? ଏବଂ ବିବାହ ର ୭ ମାସ ମଧ୍ୟରେ ନାବାଳିକା ଜଣଙ୍କର ମୃତ୍ୟ ଘଟଣା କୋଉଠି ନା କୋଉଠି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଲ୍ଲୀକାପୁର ଗାଁରେ, । ୭ ମାସ ହେବ ବିବାହ ହୋଇଥିଲା, କିନ୍ତୁ କାନ୍ଥରୁ ବିବାହର ଚିତା ଲିଭିନଥିବା ବେଳେ ନବବଧୂ ର ମୃତ୍ୟ ଖବର ସ୍ଥାନୀୟ ଅଞ୍ଚଳରେ ସମସ୍ତ ଙ୍କୁ ଚକିତ କରିଛି । ସୂଚନା ମୁତାବକ ମଲ୍ଲୀକାପୁର ଗ୍ରାମର ନାରାୟଣ ପତିଙ୍କ ପୁଅ ମୃତ୍ୟଞ୍ଜୟ ପତିଙ୍କ ସହ ବୈଧିକ ରୀତିନୀତି ଅନୁସାରେ ଉକ୍ତ ଗ୍ରାମର ରଶ୍ମିତା ପଣ୍ଡାଙ୍କ ସହ ବିବାହ ହୋଇଥିଲା । ବିବାହ କୁ ୭ ମାସ ନପୂରୁଣୁ ନବବଧୂଙ୍କ ମୃତ୍ୟ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । କିନ୍ତୁ ଝିଅର ମାନସିକ ଅବସ୍ଥା ଭଲ ନଥିବାରୁ ସେ ନିଜେ ଆତ୍ମହତ୍ୟା କରିଛି ଏବଂ ଏ ମୃତ୍ୟ ପାଇଁ କାହାର ଦୋଷ ନାହିଁ ବୋଲି ମୃତ ଝିଅର ପିତା ଗୌତମ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଞ୍ଚି ମୃତ ମହିଳାର ସ୍ୱାମୀକୁ ମଙ୍ଗଳପୁର ପୋଲିସ କେଶ ନମ୍ବର ୨୯୫ / ୨୩, ୪୯୮,୩୦୬ ଏବଂ ଚାଇଲଡ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ