Masthead

ଭତ୍ତା ପାଇଁ ଅଫିସରଙ୍କୁ ଗୁହାରି କରୁଛନ୍ତି ଜନପ୍ରତିନିଧି

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଘର ଠାରୁ ୧୦ କିଲୋମିଟର ଦୂରରେ ଦିଆଯାଉଛି ଭତ୍ତା । ୫୦୦ ଟଙ୍କା ଭତ୍ତା ପାଇଁ ଯିବା ଆସିବାରେ ଖର୍ଚ୍ଚ ହେଉଛି ୩୦୦ ଟଙ୍କା । ଭତ୍ତା ଦିଆଯାଉଥିବା ସ୍ଥାନରେ ପରିବର୍ତ୍ତନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ । ତେବେ ଭଦ୍ରକ ଜିଲ୍ଲା କୋରକୋରା ପଞ୍ଚାୟତ ର ହିତାଧିକାରୀ ଏମିତି ଅସୁବିଧା ଭୋଗୁଛନ୍ତି । ତେଣୁ ନିଜର ପଞ୍ଚାୟତର ହିତାଧିକାରୀଙ୍କ ସୁବିଧା ଦାବି କରି ବିଡ଼ିଓଙ୍କ ଗୋଡ଼ ତଳେ ପଡିଲେ ସରପଞ୍ଚ ଙ୍କ ପ୍ରତିନିଧି ।

କୋରକୋରା ପଞ୍ଚାୟତ ର ତିହିଡି , ରାଜପୁର ଓ ବରଡ଼ାଡିହ ରାଜସ୍ୱ ଗ୍ରାମରେ ପୂର୍ବରୀ ତିହିଡି ସ୍ଥିତ କୀର୍ତ୍ତନ ମଣ୍ଡପ ଠାରେ ଭତ୍ତା ଦିଆଯାଉଥିଲା । ପରେ ଭଦ୍ରକ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ କୋରକୋରା ପଞ୍ଚାୟତରେ ଭତ୍ତା ଦିଆଯାଉଛି । ତେଣୁ ଏହି ୩ ରାଜସ୍ୱ ଗ୍ରାମର ହିତାଧିକାରୀ ନିଜ ଭତ୍ତା ପାଇଁ ପ୍ରାୟ ୧୦ କିଲୋମିଟର ଯାଉଛନ୍ତି । ଆଉ ଏହି ବାବଦରେ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ପୂର୍ବରୁ ଦିଆଯାଉଥିବା କୀର୍ତ୍ତନ ମଣ୍ଡପରେ ପୁନଃ ଭତ୍ତା ପ୍ରଦାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଧବଳା ପଣ୍ଡା ବିଡିଓଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ପାଦ ତଳେ ପଡି ଗୁହାରି ଜଣାଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼