Masthead

ରାସ୍ତାରୁ ଟେକି ନେଇ ଜବରଦସ୍ତି ନାବାଳିକାକୁ ବଳାତ୍କାର ଉଦ୍ୟମ

କେନ୍ଦ୍ରପଡା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ବିଚ ରାସ୍ତା ଉପରୁ ଟେକି ନେଇ ବଳାତ୍କାର କରିବାକୁ ଉଦ୍ୟମ । ରାଜନଗର ପଟାମୁଣ୍ଡାଇ ରାସ୍ତାର ସାନବଡ଼ଗୋପାଳପୁର ନିକଟରେ ରାସ୍ତା ଉପରୁ ନାବାଳିକାଙ୍କୁ ଘୋଷାଡି ବୁଦା ମଧ୍ୟକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଗତ କାଲି ରାତି ୯ ଟା ସମୟରେ ଘଟିଛି। ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଦୋକାନୀ ଓ ପଥଚାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା ସୂଚନା ମିଳିଛି ।

ଯୁବକ ଜଣକ ହେଉଛନ୍ତି ରାଜନଗର ଡ଼ିଆପାରୀ ଗାଁର ବାପୁଜୀ ସେଠି ବୋଲି ଜଣାପଡିଛି। ତେବେ ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ରହିଛି। ତେବେ ଦିନକୁ ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରି, ଡ଼କାୟତି, ଅପହରଣ, ଲୁଟ ଓ ଦୁଷ୍କର୍ମ ଘଟଣା ବଢ଼ି ଚାଲୁଥିବା ବେଳେ କ୍ରାଇମକୁ ରୋକ ଲଗାଇବାରେ ଜିଲ୍ଲା ପୋଲିସ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଗତକାଲି ରାଜନଗର ଘଟଣା ସମସ୍ତଙ୍କୁ ହତବାକ କରିଦେଇଥିବା ବେଳେ ରାଜନଗର ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼