Masthead

ଏନଡିଏରୁ ଅଲଗା ହେଲା ଏଆଇଏଡିିଏମକେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ସୋମବାର ଏଆଇଏଡିଏମ୍‌କେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍‌ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ ଆମର ପୂର୍ବତନ ନେତା, ଆମର ମହାସଚିବ ଇପିଏସ (ଏଡାପଡ୍ଡୀ ପଲାନିସ୍ବାମୀ) ଏବଂ ଆମର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି।

ଏନେଇ ଦଳ ଭିତରେ ଆଲୋଚନା ଏବଂ ବିଚାରବିମର୍ଶ କରାଯିବା ପରେ ବିଜେପି ଓ ଏନଡିଏ ମେଣ୍ଟ ସହ ଅଲଗା ହେବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ ଏଆଇଏଡିଏମକେ ଓ ତାମିଲନାଡୁ ପ୍ରଦେଶ ବିଜେପି ମଧ୍ୟରେ କିଛି ଦିନ ହେବ ବିବାଦ ଚାଲି ଆସୁଥିଲା । ପ୍ରଦେଶ ବିଜେପି ମୁଖ୍ୟ କେ.ଅନାମଲାଇ ବାରମ୍ବାର ଏଆଇଏଡିଏମକେ ନେତାଙ୍କୁ ଅପମାନ କରୁଥିବାରୁ ତାଙ୍କୁ ପଦରୁ ବାହାର କରିବା ପାଇଁ ବିଜେପି ହାଇକମାଣ୍ଡଙ୍କ ନିକଟରେ ଦାବି କରି ଆସୁଥିଲା ଦଳ ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗୋଟେ ପଟେ ରହିଛି ଏନଡିଏ ଓ ଅନ୍ୟପଟେ ଇଣ୍ଡିଆ ମେଣ୍ଟ । ତେବେ ନିର୍ବାଚନ ପୂର୍ବରୁ ଦଳ ଗୁଡିକ ମେଣ୍ଟ ଅଦଳବଦଳ କରିବା ଜାତୀୟ ରାଜନୀତିରେ ନୂଆ ସମୀକରଣ ତିଆରି କରିପାରେ । ତେବେ ବୈଠକରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ଏଆଇଏଡିଏମ୍‌କେ ନେତାଙ୍କ ବୈଠକ ପରେ ଦଳର ଉପ ସଂଯୋଜକ କେ.ପି ମୁନୁସାମି କହିଛନ୍ତି , ଆଜିଠାରୁ ଏନଡିଏ ସହ ସମସ୍ତ ସମ୍ପର୍କ ସମାପ୍ତ କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା