Masthead

ଏନଡିଏରୁ ଅଲଗା ହେଲା ଏଆଇଏଡିିଏମକେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ସୋମବାର ଏଆଇଏଡିଏମ୍‌କେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍‌ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ ଆମର ପୂର୍ବତନ ନେତା, ଆମର ମହାସଚିବ ଇପିଏସ (ଏଡାପଡ୍ଡୀ ପଲାନିସ୍ବାମୀ) ଏବଂ ଆମର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି।

ଏନେଇ ଦଳ ଭିତରେ ଆଲୋଚନା ଏବଂ ବିଚାରବିମର୍ଶ କରାଯିବା ପରେ ବିଜେପି ଓ ଏନଡିଏ ମେଣ୍ଟ ସହ ଅଲଗା ହେବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ ଏଆଇଏଡିଏମକେ ଓ ତାମିଲନାଡୁ ପ୍ରଦେଶ ବିଜେପି ମଧ୍ୟରେ କିଛି ଦିନ ହେବ ବିବାଦ ଚାଲି ଆସୁଥିଲା । ପ୍ରଦେଶ ବିଜେପି ମୁଖ୍ୟ କେ.ଅନାମଲାଇ ବାରମ୍ବାର ଏଆଇଏଡିଏମକେ ନେତାଙ୍କୁ ଅପମାନ କରୁଥିବାରୁ ତାଙ୍କୁ ପଦରୁ ବାହାର କରିବା ପାଇଁ ବିଜେପି ହାଇକମାଣ୍ଡଙ୍କ ନିକଟରେ ଦାବି କରି ଆସୁଥିଲା ଦଳ ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗୋଟେ ପଟେ ରହିଛି ଏନଡିଏ ଓ ଅନ୍ୟପଟେ ଇଣ୍ଡିଆ ମେଣ୍ଟ । ତେବେ ନିର୍ବାଚନ ପୂର୍ବରୁ ଦଳ ଗୁଡିକ ମେଣ୍ଟ ଅଦଳବଦଳ କରିବା ଜାତୀୟ ରାଜନୀତିରେ ନୂଆ ସମୀକରଣ ତିଆରି କରିପାରେ । ତେବେ ବୈଠକରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ଏଆଇଏଡିଏମ୍‌କେ ନେତାଙ୍କ ବୈଠକ ପରେ ଦଳର ଉପ ସଂଯୋଜକ କେ.ପି ମୁନୁସାମି କହିଛନ୍ତି , ଆଜିଠାରୁ ଏନଡିଏ ସହ ସମସ୍ତ ସମ୍ପର୍କ ସମାପ୍ତ କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ