Masthead

ଯୌତୁକ ଦାବିରେ ବୋହୂର ତଣ୍ଟିଚିପି ହତ୍ୟା କଲେ ଶାଶୁଘର ଲୋକ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସମାଜରେ ନରରୁପି ରାକ୍ଷସ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।ଆଇନକୁ ଅର୍ଥବଳରେ ବାନ୍ଧି ଜୀବନ ନବାକୁ ପଛାଉ ନାହାନ୍ତି ଆଜିର ମଣିଷ।ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ପଗଡ଼ ଗ୍ରାମରେ।କ୍ଷୀରସିନ୍ଧୁ ମହାପାତ୍ରଙ୍କ ପୁଅ ପ୍ରଭଞନ ଦାସ ମହାପାତ୍ର ଏରଡା ଗ୍ରାମ ଦେବାଷିସ ବେହେରାଙ୍କ ଝିଅ ମଧୁସ୍ମିତାକୁ ବୈଦିକ ରିତିନୀତିରେ ବିବାହ ଦେଇଥିଲେ।ତାଙ୍କର ଗୋଟିଏ ୨ବର୍ଷର ପୁଆଟିଏ ଅଛି।

ଗତ ୨୪ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଝିଅଘର ଲୋକେ ଶୁଣିବାକୁ ପାଇଥିଲେ। ଝିଅ ଘର ଲୋକେ ଆସି ଦେଖିବା ବେଳକୁ ଝିଅର ମଲା ଶରିର ଘରେ ପଡି ରହିଥିଲା ।ଝିଅଘର ପରିବାରଙ୍କ କହିବା କଥା ଦୀର୍ଘଦିନ ହେବ ଆମ ଝିଅକୁ ଶାଶୁଘର ଲୋକେ ଯୌତୁକ ନିର୍ୟାତନା ଦେଇ ଆସୁଥିଲେ ଶେଷରେ ମୋ ଝିଅକୁ ମାରିଦେଲେ ।

ଏନେଇ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା ।
ଅଭିଯୋଗ ମୁଳେ ପୋଲିସ ସ୍ୱାମୀ ପ୍ରଭଞନ ଦାସ ମହାପାତ୍ରଙ୍କୁ ଗିରଫ କରିବା ସହିତ ଶବବ୍ୟବଛେଦ ପାଇଁ ଭଦ୍ରକ ମେଡିକାଲ କୁ ପଠାଇଛି ।ଝିଅର ପରିବାରଙ୍କ ଅଭିଯୋଗ ଆମଝିଅର ହତ୍ୟାକାରି ମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ