Masthead

ବୃଦ୍ଧାଙ୍କୁ ହାଣି ୮ ଲକ୍ଷ ଲୁଟିଲେ ଦୁବୃର୍ତ୍ତ

ସୋର (ବଡ଼ ଖବର ବ୍ୟୁରୋ): ହାଣିଲେ ଘରେ କଳାକନା ବୁଲାଇଲେ । ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୮ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁବୃର୍ତ୍ତା ଏଭଳି ଅଭାବନୀୟ ଘଟଣା ଘଟିଛି ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟରେ । ରାଜକିଶୋର ଗୁପ୍ତା ଗତକାଲି ରାତିରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିବା ବେଳେ ଘରେ ମା ଶାନ୍ତିଲତା ଏକୁଟିଆ ଥିଲେ । କିଛି ଦୁର୍ବୃତ୍ତଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ରାଜକିଶୋରଙ୍କ ପାଚେରୀ ଡେଇଁ ଘର ଝରକା ଭାଙ୍ଗି ଘର ଭିତରେ ପଶିଥିଲେ ।

ବୃଦ୍ଧା ଶାନ୍ତିଲତାଙ୍କୁ ଭୟଭୀତ କରାଇ ବାନ୍ଧି ଦେବା ସହ ୮ ଲକ୍ଷ ଟଙ୍କା ଓ ସୁନା ଅଳଂକାର ଲୁଟ କରିଥିଲେ । ବୃଦ୍ଧା ଜଣକ ପାଟି କରିବାରୁ ଦୁବୃର୍ତ୍ତମାନେ ଅମାନୁଷିକ ଭାବେ ହାଣିବା ସହ ଲୁଟ କରି ଫେରାର ହୋଇଯାଇଥିଲେ । ଭୋର ସମୟରେ ରାଜକିଶୋର ନିଜ ସ୍ତ୍ରୀଙ୍କୁ ନେଇ ଘରେ ପହଁଞ୍ଚିବା ପରେ କବାଟ ଓ ଝରକା ଭାଙ୍ଗି ପଡ଼ିଥିବା ଦେଖିଥିଲେ । ଘରେ ମାଆ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଚେତ ହୋଇ ପଡ଼ିଥିବା ଦେଖି ଚିତ୍କାର କରି ଡାକ ପକାଇଥିଲେ ।

ପଡୋଶୀ ରାଜକିଶୋରଙ୍କ ଡାକ ଶୁଣି ଆସି ରାଜକିଶୋରଙ୍କ ମାଆଙ୍କୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଡାକ୍ତରଖାନା ନେଇଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଁଞ୍ଚି ବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ଜରିଆରେ ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା