ବୃଦ୍ଧାଙ୍କୁ ହାଣି ୮ ଲକ୍ଷ ଲୁଟିଲେ ଦୁବୃର୍ତ୍ତ

ସୋର (ବଡ଼ ଖବର ବ୍ୟୁରୋ): ହାଣିଲେ ଘରେ କଳାକନା ବୁଲାଇଲେ । ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୮ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁବୃର୍ତ୍ତା ଏଭଳି ଅଭାବନୀୟ ଘଟଣା ଘଟିଛି ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟରେ । ରାଜକିଶୋର ଗୁପ୍ତା ଗତକାଲି ରାତିରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିବା ବେଳେ ଘରେ ମା ଶାନ୍ତିଲତା ଏକୁଟିଆ ଥିଲେ । କିଛି ଦୁର୍ବୃତ୍ତଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ରାଜକିଶୋରଙ୍କ ପାଚେରୀ ଡେଇଁ ଘର ଝରକା ଭାଙ୍ଗି ଘର ଭିତରେ ପଶିଥିଲେ ।

ବୃଦ୍ଧା ଶାନ୍ତିଲତାଙ୍କୁ ଭୟଭୀତ କରାଇ ବାନ୍ଧି ଦେବା ସହ ୮ ଲକ୍ଷ ଟଙ୍କା ଓ ସୁନା ଅଳଂକାର ଲୁଟ କରିଥିଲେ । ବୃଦ୍ଧା ଜଣକ ପାଟି କରିବାରୁ ଦୁବୃର୍ତ୍ତମାନେ ଅମାନୁଷିକ ଭାବେ ହାଣିବା ସହ ଲୁଟ କରି ଫେରାର ହୋଇଯାଇଥିଲେ । ଭୋର ସମୟରେ ରାଜକିଶୋର ନିଜ ସ୍ତ୍ରୀଙ୍କୁ ନେଇ ଘରେ ପହଁଞ୍ଚିବା ପରେ କବାଟ ଓ ଝରକା ଭାଙ୍ଗି ପଡ଼ିଥିବା ଦେଖିଥିଲେ । ଘରେ ମାଆ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଚେତ ହୋଇ ପଡ଼ିଥିବା ଦେଖି ଚିତ୍କାର କରି ଡାକ ପକାଇଥିଲେ ।

ପଡୋଶୀ ରାଜକିଶୋରଙ୍କ ଡାକ ଶୁଣି ଆସି ରାଜକିଶୋରଙ୍କ ମାଆଙ୍କୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଡାକ୍ତରଖାନା ନେଇଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ପୋଲିସ ଖବର ପାଇ ଘଟଣାସ୍ଥଳ ରେ ପହଁଞ୍ଚି ବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ଜରିଆରେ ତଦନ୍ତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’