Masthead

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ଆନ୍ଦୋଳନରତଙ୍କୁ ନ୍ୟାୟ ଓ ରାଜ୍ୟରେ ସଚିବ ଶାସନକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି ଗାନ୍ଧୀ ମାର୍ଗରେ ସମସ୍ତ ଆନ୍ଦୋଳନରତଙ୍କ କ’ଣ ଭୁଲ । ସେ ତାଙ୍କ କ’ଣ ହକ ମାଗିପାରି ବେ ନାହିଁ। ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି। ଗୃହରେ କହୁଛନ୍ତି କି ସିଏମଓ ଯାଉଛି ଲୋକଙ୍କ କଥା ବୁଝିବା ପାଇଁ କିନ୍ତୁ ବାସ୍ତବରେ କ’ଣ? ବରଗଡ଼ ସଭାରେ କହିଲେ ମୋର୍ ବ୍ୟକ୍ତିଗତ ସଚିବଙ୍କୁ ଆପଣଙ୍କ ସମସ୍ୟା ବୁଝିବାକୁ ଛାଡିଛି।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଯାଉଛି କି ୫ଟି ଆସୁଛନ୍ତି ବୋଲି । କିନ୍ତୁ ଏଠି ଏତେ ଦ୍ଵନ୍ଦ କ’ଣ ପାଇଁ ସୃଷ୍ଟି କରିଛନ୍ତି ସରକାର। ଶାସକ ଦଳର ମନ୍ତ୍ରୀ ,ବିଧାୟକ ଓ ସାଂସଦଙ୍କୁ କି ଚଉକି ବୋହିବା , ଗାତ ଖୋଳିବା ଓ ଲୋକଙ୍କୁ ଆଣି ସଚିବଙ୍କ ସଭା ବାନ୍ଧିବା ପାଇଁ କି ? ଯାହା ସେହି ଦୃଶ୍ୟ ଗୁଡ଼ିକ ପ୍ରମାଣ କରୁଛି। ଗ୍ରିଭାନସ କଥା କହୁଛନ୍ତି କିନ୍ତୁ ଛାତ୍ରମାନେ କ’ଣ ଗ୍ରିଭାନସ ପାଇଁ ଯାଉଥିଲେ କି ? ଯଦି ଯାଇଥିଲେ ସେ ସମସ୍ୟା କେତେ କାମ ହୋଇଛି ତାହା କାଲି ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ହିଁ ବାସ୍ତବ ଜଣା ପଡ଼ୁଚି।

ଗୃହକୁ ବିଭ୍ରାନ୍ତ କରାଯାଉଛି ଆଉ କିଛି ନାହିଁ। ଗ୍ରିଭାନସର ଅର୍ଥ ନୁହେଁ ପଇସା ବାଣ୍ଟିବା। ଗ୍ରିଭାନସର ଅର୍ଥ ନୁହେଁ କି ଶାସକ ଦଳକୁ ନିର୍ବାଚିତ କରିବା । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କହିବା ଠିକ୍ ନୁହେଁ ଏହା ଅଗଣତାନ୍ତ୍ରିକ। କାଲିକି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଗୁମସ୍ତା ଶାସନ ଚାଲିଛ। କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ କିନ୍ତୁ ତାହା ହୋଇ ପାରୁନି କାହିଁକି। ଆଉ ବିଜେପି ସଦସ୍ୟ ଗୃହରେ କହୁଛନ୍ତି ଠିକ୍ କଥା କିନ୍ତୁ ବାସ୍ତବରେ ତାଙ୍କ ଗୃହମନ୍ତ୍ରୀ ଆସି ସଚିବଙ୍କ ସହ ୱାନ ଠୁ ୱାନ କରିବାର ମାନେ କ’ଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ