Masthead

ଅଧିବେଶନ ଶେଷ ଯାଏଁ ମୋହନ ଓ ମୁକେଶ ନିଲମ୍ବିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):   ସଚିବ ପ୍ରଶ୍ନରେ ଗତକାଲି ପୁଣି ହୁଲସ୍ତୁଲ ହେଇଥିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଶ୍ନ ପରେ ପ୍ରଶ୍ନ କଲେ ଉଭୟ ବିଜେପି ଓ କଂଗ୍ରେସ । କାଉଣ୍ଟର କରିବାକୁ ଯାଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନଥିବା କହିବାକୁ ପଛାଇଲା ନାହିଁ ବିଜେଡି । ଅନ୍ୟପଟେ ଗତକାଲି ବିଧାନସଭାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଚିତ୍ର ।

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡି ବିଧାନସଭାର ବାକି ଅଧିବେଶନରୁ ସସପେଣ୍ଡ ହୋଇଛନ୍ତି ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ । ଏହା ପୂର୍ବରୁ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ, ବିରୋଧୀ ଦଳ ନେତାଙ୍କୁ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା ବୋଲି ଆକ୍ଷେପ କରିଥିଲେ । ଆଉ ଏହି ଶଦ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରି ଅପରାହ୍ନରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକମାନେ ।

କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଏହାକୁ ବିରୋଧ କରି ପଲିଥିନରେ ଆଣିଥିବା ଡାଲି ଦେଖାଇଥିଲେ ବିଜେପି ସଦସ୍ୟ । ପରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫୋପାଡିଥିଲେ । ଯାହାକୁ ନେଇ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗକୁ ସସପେଣ୍ଡ କରାଯାଇଛି । ବାଚସ୍ପତି କହିଛନ୍ତି ସାମ୍ବିଧାନିକ ଭାବେ ନିଆ ଯାଇଛି କାର୍ଯ୍ୟାନୁଷ୍ଠାନ । ଶନିବାର ୧୦,୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ