ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା । ଗାଁ ଗାଁକୁ ଯିବେ ନେତା ଓ କର୍ମୀ ପ୍ରତି ପଞ୍ଚାୟତ ଏବଂ ୱାର୍ଡରେ ଯାତ୍ରା କରିବ ବିଜେଡି । ସାମିଲ ହେବେ ଦଳର ଜିଲ୍ଲା ସଭାପତି ଓ ପର୍ୟ୍ୟବେକ୍ଷକ । ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ବର ମହାନଗର ନିଗମର ୪୪ ନମ୍ବର ଓ୍ବାର୍ଡ଼ରେ ପଦଯାତ୍ରା ଓ ୫୭ ନମ୍ବର ଓ୍ବାର୍ଡ଼ରେ ସାଧାରଣ ସଭାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ୟ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।

Leave a Reply

Your email address will not be published. Required fields are marked *