Masthead

ଆଗରୁ ଜିଲ୍ଲାରେ ଗୋଟିଏ ସଂଘ ଥିବାବେଳେ ଏବେ ଦୁଇଟି ଆଦିବାସୀ ସଂଘ ରହିଛି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ସଂଘର ମୁଖ୍ୟ ଭାବେ ଦୁଇ ପ୍ରମୁଖ ନେତା ନିଜକୁ ଦାବିଦାର ମଧ୍ୟ କରୁଛନ୍ତି । ହେଲେ ପ୍ରକୃତରେ ଆଦିବାସୀ ନେତା କିଏ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ନିରଞ୍ଜନ ବିଶି ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହେବା ପରେ ଆଦିବାସୀ ସଂଘ ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଆଦିବାସୀ ସଂଘରେ ଫାଟ କଥାକୁ ଅସ୍ୱୀକାର କରିଛନ୍ତି ସାଂସଦ ନିରଞ୍ଜନ ବିଶି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦୁଇ ଫାଳ।ପୃଥକ ପୃଥକ ଭାବେ ସହରରେ ବିଶାଳ ଆଦିବାସୀ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରିକି ସଂଘର ମୁଖ୍ୟ ଭାବେ ଦୁଇ ପ୍ରମୁଖ ନେତା ଦାବିଦାର କରିବା ସହ ପରସ୍ପର ମଧ୍ୟରେ ବିଷ ଓଗାଳୁଛନ୍ତି । ଏବଂ ପ୍ରକୃତ ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ କିଏ ତାକୁ ନେଇ ଦେଖାଦେଇଛି ବିବାଦ। ସତ୍ୟ ଭୋଇ ଆଦିବାସୀ ସଂଘରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ । ସେ କିଛି ଆଦିବାସୀ ସମାଜ ବାହାର ଲୋକଙ୍କୁ ନେଇ ନିଜକୁ ନେତା କହୁଛନ୍ତି । ସତ୍ୟ ଭୋଇ ଜିଲ୍ଲା ଆଦିବାସୀ ସଂଘର କେହି ନୁହନ୍ତି ବୋଲି କହିଛନ୍ତି ଶ୍ୟାମ ସୁନ୍ଦର।ସେପଟେ ସତ୍ୟ ଭୋଇ କହିଛନ୍ତି, ଯେଉଁମାନେ ଆଦିବାସୀ ନାଁରେ ସରକାର ବିରୋଧରେ ଗର୍ଜୁଥିଲେ ସେମାନେ ଏବେ ସରକାରୀ ଦଳ ସହିତ ହାତ ମିଶାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏପରିକି ନିଜେ ନିରଞ୍ଜନ ବିଶି ସରକାରୀ ଦଳର ହାତ ଧରି ଆଦିବାସୀଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ ଆଣିଛନ୍ତି ସତ୍ୟ ଭୋଇ । କିଛି ଦିନ ତଳେ ଆଦିବାସୀଙ୍କ ନ୍ୟାୟ ଦାବି ନେଇ ସାଂସଦ ନିରଞ୍ଜନ ବିଶିଙ୍କ ସମର୍ଥିତ ସଂଘ ପକ୍ଷରୁ ଆଦିବାସୀମାନେ ରାଜରାସ୍ତାକୁ ଓଲ୍ହାଇଥିଲେ । ଏବଂ ନକଲି ଆଦିବାସୀ, ଜଙ୍ଗଲ ଜମି ଅଧିକାର ଭଳି ବିଭିନ୍ନ ଦାବି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନାଁରେ ସରକାରଙ୍କୁ ଦାବିପତ୍ର ଦେଇଥିଲେ। ହେଲେ ଏହାର ଦିନକ ପରେ ସତ୍ୟ ଭୋଇ । ତାଙ୍କ ସମର୍ଥିତ ଆଦିବାସୀମାନେ ଏମାନଙ୍କୁ କାଉଣ୍ଟର କରି ସମାନ ଆନ୍ଦୋଳନ କରିଥିଲେ। ଆଦିବାସୀଙ୍କ ନ୍ୟାୟ ଦାବି ନେଇ ସରକାରଙ୍କୁ ଆଦିବାସୀ କଲ୍ୟାଣ ସଂଘ ନାଁରେ ଦାବିପତ୍ର ବି ଦେଇଥିଲେ । ତେବେ ଅଲଗା ଅଲଗା ଭାବରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନକୁ ନେଇ ଏବେ ଦ୍ଵନ୍ଦ୍ୱ ଦେଖା ଦେଇଛି। ସେପଟେ ଆଦିବାସୀ ନେତା ତଥା ସାଂସଦ ନିରଞ୍ଜନ ବିଶି କହିଛନ୍ତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବେବି ଗୋଟିଏ ହୋଇ ରହିଛି । ତେବେ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କିଛି ନେତା ଏହାକୁ ନିଜର କହୁଥିବା କହିଛନ୍ତି ସାଂସଦ ନିରଞ୍ଜନ।ପୂର୍ବରୁ ସାଂସଦ ନିରଞ୍ଜନ ବିଶି, ଶ୍ୟାମ ସୁନ୍ଦର ଭୋଇ ଓ ସତ୍ୟ ଭୋଇ ଜିଲ୍ଲା ଆଦିବାସୀ ସଂଘରେ ଏକତ୍ରୀତ ହୋଇ କାର୍ଯ୍ୟ କରୁଥିଲେ ଓ ଏବେ କିନ୍ତୁ ଅଲଗା ହେବା ସହ ଆଦିବାସୀ କଲ୍ୟାଣ ସଂଘକୁ ନେଇ ପରସ୍ପର ମଧ୍ୟରେ ଟଣାଓଟରା ଲାଗି ରହିଛି ଓ କାରଣ ଯାହା ବି ହେଉ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବେ ଦୁଇ ଫାଳ ଏଥିରେ କୌଣସି ସନ୍ଦେହ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!