ବଲ ଟୁର୍ଣ୍ଣାମେଂଟରେ ଓଡ଼ିଶା ଖେଳାଳିଙ୍କ କମାଲ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଗୁଆହାଟି ଜାତୀୟ ଲନବଲ ଟୁର୍ଣ୍ଣାମଣ୍ଟେରେ ଓଡିଶା ଖେଳାଳି । ଗୁଆହାଟି ଜାତୀୟ ଲନ ବଲ ଟୁର୍ଣ୍ଣାମେଂଟରେ ଓଡିଶା ଖେଳାଳିଙ୍କ କମାଲ। ଟିମ଼ରେ ସାମିଲ ବଲାଙ୍ଗିରର ଖେଳାଳିମାନେ ସାତଟି ପଦକ ଜିତିବା ସହ ଓଡିଶାକୁ ଦେଶର ଚତୁର୍ଥ ସ୍ଥାନରେ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି। ଏବଂ ଆଗକୁ ୩୭ତମ ଜାତୀୟ ଖେଳରେ ଭାଗ ନେବା ପାଇଁ ଏମାନେ ଯୋଗ୍ୟତା ହାସଲ କରିଛନ୍ତି ଓ ସେହିପରି ଓଡିଶାକୁ ଦେଶରେ ଚତୁର୍ଥ ସ୍ଥାନରେ ସ୍ଥାନିତ କରିଛନ୍ତି। ଗତ ମାସ ୨୧ ତାରିଖରୁ ଗୁଆହାଟିରେ ଏହି ଜାତୀୟସ୍ତରୀୟ ଲନ ବଲ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା।

ଏଥିରେ ଓଡିଶା ଲନ ବଲ ସଂଘ ଓ ଓଡିଶା ସରକାରଙ୍କ କ୍ରୀଡା ବିଭାଗର ସହଯୋଗରେ ବଲାଙ୍ଗିରର ୧୪ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏମାନେ ୧୬ଟି ରାଜ୍ୟର ଖେଳାଳିଙ୍କୁ ପଛରେ ପକାଇ ୬ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ପଦକ ଜିତିଛନ୍ତି। ଏଥିସହ ଓଡିଶା ଏହି ଖେଳରେ ଦେଶରେ ଚତୁର୍ଥ ସ୍ଥାନ ଅର୍ଜନ କରିଛି। ତେବେ ଆଗାମୀ ଦିନରେ ଗୋଆରେ ହେବାକୁ ଥିବା ୩୭ତମ ଜାତୀୟ ଖେଳରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’