Masthead

ଆଜି ପଞ୍ଜାବର ବିଜୟଧାରାକୁ ରୋକିପାରିବ କି ଦିଲ୍ଲୀ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ତ୍ରୟୋଦଶ ସିଜନର ୩୮ତମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । କେ.ଏଲ ରାହୁଲଙ୍କୁ ଟକ୍କର ଦେବେ ଶ୍ରେୟାସ ଆୟର । ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଦୁବାଇରେ ଖେଳିବେ । ପଞ୍ଜାବ ୯ଟି ମ୍ୟାଚ ଖେଳି ୩ଟି ବିଜୟ ସହ ସପ୍ତମ ସ୍ଥାନରେ ରହିଛି । ଆଇପିଏଲର ପ୍ରାଥମିକ ପ୍ରର୍ୟ୍ୟାୟରେ ବିଫଳତା ପରେ ପୁଣି ଥରେ ବିଜୟ ଧାରାକୁ ଫେରିଛି ପଞ୍ଜାବ । ଲଗାତର ଭାବରେ ୫ଟି ମ୍ୟାଚରେ ପରାଜୟ ପରେ ପୁଣି ଥରେ ଦମଦାର ପ୍ରଦର୍ଶନ କରି ବିଜୟଧାରାକୁ ଫେରିବା ସହ ଟପ-୪ ଦଳ ମଧ୍ୟରେ ରହିବାର ଆଶା ଉଜ୍ଜିବୀତ ରହିଛି । ପଞ୍ଜାବକୁ ପ୍ଲେ ଅଫକୁ ଯିବାକୁ ହେଲେ ଆଗକୁ ଥିବା ସମସ୍ତ ମ୍ୟାଚକୁ ଜିତିବାକୁ ପଡ଼ିବ । ସେହିପରି ଭାବରେ ଦିଲ୍ଲୀ ୯ଟି ମ୍ୟାଚରେ ୭ଟି ବିଜୟ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ଆଜିର ମ୍ୟାଚକୁ ଜିତି ପ୍ରଥମ ଦଳ ଭାବରେ ପ୍ଲେ ଅଫକୁ ଯିବା ପାଇଁ ମଧ୍ୟ ଦିଲ୍ଲୀ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ ୨୫ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ପଞ୍ଜାବ ୧୪ଥର ଓ ଦିଲ୍ଲୀ ୧୧ଥର ବାଜି ମାରିଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ଦିଲ୍ଲୀ ସୁପର ଓଭରରେ ପଞ୍ଜାବକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ପଞ୍ଜାବ ଗତ ମ୍ୟାଚର ପ୍ରତିଶୋଧ ନେବା ସହ ଟପ-୪ ଦଳ ମଧ୍ୟରେ ଆସିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ