Masthead

ଆଜି ପଞ୍ଜାବର ବିଜୟଧାରାକୁ ରୋକିପାରିବ କି ଦିଲ୍ଲୀ

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ତ୍ରୟୋଦଶ ସିଜନର ୩୮ତମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । କେ.ଏଲ ରାହୁଲଙ୍କୁ ଟକ୍କର ଦେବେ ଶ୍ରେୟାସ ଆୟର । ଉଭୟ ଦଳ ଆଜି ସେମାନଙ୍କ ଦଶମ ମ୍ୟାଚ ଦୁବାଇରେ ଖେଳିବେ । ପଞ୍ଜାବ ୯ଟି ମ୍ୟାଚ ଖେଳି ୩ଟି ବିଜୟ ସହ ସପ୍ତମ ସ୍ଥାନରେ ରହିଛି । ଆଇପିଏଲର ପ୍ରାଥମିକ ପ୍ରର୍ୟ୍ୟାୟରେ ବିଫଳତା ପରେ ପୁଣି ଥରେ ବିଜୟ ଧାରାକୁ ଫେରିଛି ପଞ୍ଜାବ । ଲଗାତର ଭାବରେ ୫ଟି ମ୍ୟାଚରେ ପରାଜୟ ପରେ ପୁଣି ଥରେ ଦମଦାର ପ୍ରଦର୍ଶନ କରି ବିଜୟଧାରାକୁ ଫେରିବା ସହ ଟପ-୪ ଦଳ ମଧ୍ୟରେ ରହିବାର ଆଶା ଉଜ୍ଜିବୀତ ରହିଛି । ପଞ୍ଜାବକୁ ପ୍ଲେ ଅଫକୁ ଯିବାକୁ ହେଲେ ଆଗକୁ ଥିବା ସମସ୍ତ ମ୍ୟାଚକୁ ଜିତିବାକୁ ପଡ଼ିବ । ସେହିପରି ଭାବରେ ଦିଲ୍ଲୀ ୯ଟି ମ୍ୟାଚରେ ୭ଟି ବିଜୟ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ଆଜିର ମ୍ୟାଚକୁ ଜିତି ପ୍ରଥମ ଦଳ ଭାବରେ ପ୍ଲେ ଅଫକୁ ଯିବା ପାଇଁ ମଧ୍ୟ ଦିଲ୍ଲୀ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ ୨୫ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ପଞ୍ଜାବ ୧୪ଥର ଓ ଦିଲ୍ଲୀ ୧୧ଥର ବାଜି ମାରିଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ଦିଲ୍ଲୀ ସୁପର ଓଭରରେ ପଞ୍ଜାବକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ପଞ୍ଜାବ ଗତ ମ୍ୟାଚର ପ୍ରତିଶୋଧ ନେବା ସହ ଟପ-୪ ଦଳ ମଧ୍ୟରେ ଆସିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ