ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

କରଞ୍ଜିଆ, (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଫୁଲଗୁନ୍ଥା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫୁଲଗୁନ୍ଥା ଛକ ନିକଟ ଡାଇଭର୍ଶନ ପାଖରେ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର। ଫଳରେ ସ୍କୁଟିରେ ଥିବା ୩ଜଣ ଦୀର୍ଘ ସମୟ ଧରି ଟ୍ରଲର ଚକା ତଳେ ଚାପିହୋଇ ରହିଗଲେ। ଘଟଣା ସ୍ଥଳରେ ଉଭୟ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ସୁକୃଳି ଅଗ୍ନିଶମ ଅଧିକାରୀ ପହଞ୍ଚି ଜେସିବି ସହାୟତାରେ ଗୁରୁତର ବ୍ୟକ୍ତିଙ୍କୁ ଚକା ତଳୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ପଠାଇଥିଲେ ।ମେଡ଼ିକାଲ ପହଞ୍ଚିବା ପୂର୍ବରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକମାନଙ୍କ ମଧ୍ୟରେ ଛୁଟୁନ ମୁଣ୍ଡା ଓ ସୁରସିଂ ମୁଣ୍ଡା କେନ୍ଦୁଝର ଜିଲ୍ଲା ଭଣ୍ଡା ଗାଁର ହୋଇଥିବା ବେଳେ ଗୁରୁଚରଣ ମୁଣ୍ଡା ନାମକ ଅନ୍ୟଜଣେ ବ୍ୟକ୍ତି ଖୁଣ୍ଟାପଡା ଗାଁର ବୋଲି ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସୁରସିଂ ମୁଣ୍ଡାଙ୍କ ଦେଖ ଖରାପ ଥିବାରୁ ଉଭୟ ଛୁଟୁନ ଓ ଗୁରୁଚରଣ ତାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ମେଡ଼ିକାଲ ଆଣୁଥିଲେ। ତେବେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ପ୍ରଥମେ ଗୁରୁଚରଣଙ୍କ ମୃତ୍ୟୁ ହୋଇଯାଇଥିଲା। ସେ ଟ୍ରଲରର ବାମ ପଟ ସାମ୍ନା ଛକ ତଳେ ଚାପି ହୋଇଯାଇଥିଲେ। କିନ୍ତୁ ଛୁଟୁନ ଓ ସୁରସିଂଙ୍କର କରଞ୍ଜିଆ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳକୁ ପୁରା ସ୍ତବ୍ଧ କରିଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ