Masthead

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

କରଞ୍ଜିଆ, (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଫୁଲଗୁନ୍ଥା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫୁଲଗୁନ୍ଥା ଛକ ନିକଟ ଡାଇଭର୍ଶନ ପାଖରେ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର। ଫଳରେ ସ୍କୁଟିରେ ଥିବା ୩ଜଣ ଦୀର୍ଘ ସମୟ ଧରି ଟ୍ରଲର ଚକା ତଳେ ଚାପିହୋଇ ରହିଗଲେ। ଘଟଣା ସ୍ଥଳରେ ଉଭୟ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଓ ସୁକୃଳି ଅଗ୍ନିଶମ ଅଧିକାରୀ ପହଞ୍ଚି ଜେସିବି ସହାୟତାରେ ଗୁରୁତର ବ୍ୟକ୍ତିଙ୍କୁ ଚକା ତଳୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ପଠାଇଥିଲେ ।ମେଡ଼ିକାଲ ପହଞ୍ଚିବା ପୂର୍ବରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକମାନଙ୍କ ମଧ୍ୟରେ ଛୁଟୁନ ମୁଣ୍ଡା ଓ ସୁରସିଂ ମୁଣ୍ଡା କେନ୍ଦୁଝର ଜିଲ୍ଲା ଭଣ୍ଡା ଗାଁର ହୋଇଥିବା ବେଳେ ଗୁରୁଚରଣ ମୁଣ୍ଡା ନାମକ ଅନ୍ୟଜଣେ ବ୍ୟକ୍ତି ଖୁଣ୍ଟାପଡା ଗାଁର ବୋଲି ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସୁରସିଂ ମୁଣ୍ଡାଙ୍କ ଦେଖ ଖରାପ ଥିବାରୁ ଉଭୟ ଛୁଟୁନ ଓ ଗୁରୁଚରଣ ତାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ମେଡ଼ିକାଲ ଆଣୁଥିଲେ। ତେବେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ପ୍ରଥମେ ଗୁରୁଚରଣଙ୍କ ମୃତ୍ୟୁ ହୋଇଯାଇଥିଲା। ସେ ଟ୍ରଲରର ବାମ ପଟ ସାମ୍ନା ଛକ ତଳେ ଚାପି ହୋଇଯାଇଥିଲେ। କିନ୍ତୁ ଛୁଟୁନ ଓ ସୁରସିଂଙ୍କର କରଞ୍ଜିଆ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳକୁ ପୁରା ସ୍ତବ୍ଧ କରିଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼