Masthead

ଏସୀୟ କ୍ରୀଡାରେ ସଫଳତା ପାଇଁ ଓଡ଼ିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଏସୀୟ କ୍ରୀଡାରେ ସଫଳତା ପାଇଁ ଓଡ଼ିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଥଲେଟ କିଶୋର ଜେନାଙ୍କ ସଫଳତା ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଫୋନେରେ କିଶୋରଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ଫୋନରେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ ଏହା ମହାପ୍ରଭୁଙ୍କ ନିକଟରେ କାମନା କରିଥିବା କହିଛନ୍ତି । ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରାଙ୍କ ସହ ମଧ୍ୟ ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ ଜିତିଥିବା ଯୁବ ଆଥଲେଟଙ୍କୁ ଶୁଭେଚ୍ଛା । ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କ ପାଇଁ ଗର୍ବର ବିଷୟ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ