Masthead

ଅବକାରି ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ାଉ କରି ୧୫ ଲିଟର ବିଦେଶୀ ମଦ ସହ, ୩ଜଣ ଗିରଫ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଅଞ୍ଚଳରେ ଦିନକୁ ଦିନ ଚୋରା ମଦର କାରବାର ବଢ଼ିବାରେ ଲାଗିଛି । ମତୋରେ ଅବସ୍ଥାପିତ ସରକାରୀ ମଦ ଦୋକାନ ସହଯୋଗରେ ଚୋରା ବେପାରୀ ମାନେ ପେଟି ପେଟି ମଦ ନେଇ ସ୍ଥାନୀୟ ମାଧପୁର, ଖେରଙ୍ଗ, ସିଙ୍ଗିଟି, ଆଦି ଅଂଚଳରେ ବ୍ୟାପକ ଭାବରେ ଚୋରା କାରବାର କରାଯାଉଛି । ଏହି ଘଟଣା ଅବକାରୀ ବିଭାଗ ଜ୍ଞାତ ସାରରେ ଚାଲୁଥିବାରୁ ମାଫିଆଙ୍କ ସହ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାଲିକ ମାଲାମାଲ ହେଉଛନ୍ତି । ଜିଲ୍ଲା ଅବକାରୀ ନିରିକ୍ଷକଙ୍କ ନିର୍ଦେଶରେ ଚାନ୍ଦବାଲି ଅବକାରୀ ବିଭାଗର ଓଆଇସି ଅଭିଳାଷ ପାଲ ଏବଂ ଅବକାରୀ ବିଭାଗ ଟିମ ଚାନ୍ଦବାଲି ବ୍ଲକରେ ୩ଟି ସ୍ଥାନରେ ଖବର ପାଇ ଛାପା ମାରିଥିଲେ । ଚାନ୍ଦବାଲି ଅବକାରୀ ବିଭାଗ ପକ୍ଷରୁ ମୋଟ ପନ୍ଦର ଲିଟର ବିଦେଶୀ ମଦ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରିଫ କରାଯାଇଛି । ଏଥିନେଇ ଯଦି ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମଙ୍କ କତରେ ଯଦି ମତୋ ଅଞ୍ଚଳ ପରିଦର୍ଶନ ସହ କ୍ଷେତ୍ରୀୟ ରେଡ କରାଯାଆନ୍ତା ତେବେ ନିଶ୍ଚିୟ ସ୍ଥାନୀୟ ଅଂଚଳ ଚୋରା ମଦ କାରବାର ବନ୍ଦ ହୋଇ ପାରନ୍ତା ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ