Masthead

ଅବକାରି ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ାଉ କରି ୧୫ ଲିଟର ବିଦେଶୀ ମଦ ସହ, ୩ଜଣ ଗିରଫ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଅଞ୍ଚଳରେ ଦିନକୁ ଦିନ ଚୋରା ମଦର କାରବାର ବଢ଼ିବାରେ ଲାଗିଛି । ମତୋରେ ଅବସ୍ଥାପିତ ସରକାରୀ ମଦ ଦୋକାନ ସହଯୋଗରେ ଚୋରା ବେପାରୀ ମାନେ ପେଟି ପେଟି ମଦ ନେଇ ସ୍ଥାନୀୟ ମାଧପୁର, ଖେରଙ୍ଗ, ସିଙ୍ଗିଟି, ଆଦି ଅଂଚଳରେ ବ୍ୟାପକ ଭାବରେ ଚୋରା କାରବାର କରାଯାଉଛି । ଏହି ଘଟଣା ଅବକାରୀ ବିଭାଗ ଜ୍ଞାତ ସାରରେ ଚାଲୁଥିବାରୁ ମାଫିଆଙ୍କ ସହ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାଲିକ ମାଲାମାଲ ହେଉଛନ୍ତି । ଜିଲ୍ଲା ଅବକାରୀ ନିରିକ୍ଷକଙ୍କ ନିର୍ଦେଶରେ ଚାନ୍ଦବାଲି ଅବକାରୀ ବିଭାଗର ଓଆଇସି ଅଭିଳାଷ ପାଲ ଏବଂ ଅବକାରୀ ବିଭାଗ ଟିମ ଚାନ୍ଦବାଲି ବ୍ଲକରେ ୩ଟି ସ୍ଥାନରେ ଖବର ପାଇ ଛାପା ମାରିଥିଲେ । ଚାନ୍ଦବାଲି ଅବକାରୀ ବିଭାଗ ପକ୍ଷରୁ ମୋଟ ପନ୍ଦର ଲିଟର ବିଦେଶୀ ମଦ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରିଫ କରାଯାଇଛି । ଏଥିନେଇ ଯଦି ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମଙ୍କ କତରେ ଯଦି ମତୋ ଅଞ୍ଚଳ ପରିଦର୍ଶନ ସହ କ୍ଷେତ୍ରୀୟ ରେଡ କରାଯାଆନ୍ତା ତେବେ ନିଶ୍ଚିୟ ସ୍ଥାନୀୟ ଅଂଚଳ ଚୋରା ମଦ କାରବାର ବନ୍ଦ ହୋଇ ପାରନ୍ତା ବୋଲି ସ୍ଥାନୀୟ ବାସୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ