ଏସିଆନ୍ ଗେମ୍ସ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତ-ଆଫଗାନିସ୍ତାନ ଲଢେଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଜି ମାରିଲା ଆଫଗାନିସ୍ତାନ । ଏସିଆନ୍ ଗେମ୍ସରେ ସେମି ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇ ଫାଇନାଲକୁ ପ୍ରବେଶ କଲା ଆଫଗାନିସ୍ତାନ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧୫ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୧୩ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ୟ୍ୟ ଟାର୍ଗେଟ ହାସଲ କରି ନେଇଛି। ଚାଇନାରେ ଚାଲିଥିବା ଏସିଆନ ଗେମ୍ସ କ୍ରିକେଟର ଦ୍ୱିତୀୟ ସେମିରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା।

ଦଳ ପକ୍ଷରୁ ୟୁସୁଫ ସର୍ବାଧିକ ୨୪ ରନ କରିଥିବା ବେଳେ ରୋହାଲି ନଜିର ୧୦, ଅରାଫତ ମିନହାସ ୧୩ ଓ ଆମୀର ଜମାଲ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ଏମାନଙ୍କ ବ୍ୟତୀତ ଆଉ କୌଣସି ପାକ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଫଳରେ ପୂରା ଟିମ ୨୦ ଓଭର ମଧ୍ୟ ଖେଳି ପାରି ନଥିଲା। ୧୮ ଓଭରରେ ପାକିସ୍ତାନ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା। ଏବେ ଫାଇନାଲରେ ଭାରତ-ଆଫଗାନିସ୍ତାନ ଲଢେଇ ହେବ । ସ୍ୱର୍ଣ୍ଣ ପଦକ ପାଇଁ ଲଢିବେ ଦୁଇ ଦଳ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ