Masthead

ମିଡିଲ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା, ଯୁଦ୍ଧ ଘୋଷଣା କଲା ଇସ୍ରାଏଲ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧ ଡାକରା ଦେଲା ଇସ୍ରାଏଲ । । ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଘନ ଘନ ରକେଟ ମାଡ଼ ପରେ ଚିହିକି ଉଠିଲା ଇସ୍ରାଏଲ ।  ଅଧ ଘଣ୍ଟା ଭିତରେ ହମାସ ୫ ହଜାର ରକେଟ ମାଡ଼ କରିଥିବାର ସୂଚନା ମିଳିଛି । ଏପରିକି ପାରା ଗ୍ଲାଇଡ୍ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ହମାସ ତରଫରୁ ଏହି ସାମରିକ ଅଭିଯାନର ନାଁ ରଖାଯାଇଛି ଅପରେସନ ଅଲ୍ ଅକସା ଫ୍ଲଡ୍ । ଯାହାକୁ ନେଇ ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ ।

ସେନା ଓ ଇଣ୍ଟିଲିଜେସନ୍ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସ୍ଥିତିର ସମୀକ୍ଷା କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ହମାସକୁ ଏହି ଆକ୍ରମଣ ବହୁତ ମହଙ୍ଗା ପଡ଼ିବ ଓ ତାକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ । ସୂଚନା ଅନୁସାରେ ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ