Masthead

ଭିକ୍ଷା ବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନସିଲର

ସୋର(ବଡ଼ ଖବର ବ୍ୟୁରୋ):  ସରକାରଙ୍କ ବିକାଶର ଚିତ୍ର କଣ ତାହା ସାମ୍ନାକୁ ଆସିଛି। ଭିକ୍ଷା ବୃତ୍ତି କରି ଜୀବନ ବିତାଉଛନ୍ତି ବିଜେଡି କାଉନସିଲର ଦୁର୍ଗା ସିଂ । ସରକାରଙ୍କ ବିକାଶର ଚିତ୍ର କଣ ତାହା ସାମ୍ନାକୁ ଆସିଛି। ଯେଉଁଠିକି ବିକାଶର ସଂଜ୍ଞା ଖୋଜିଲେ ଲଜିତ ହେବାକୁ ପଡ଼ିବ । ଯିଏ ଲୋକଙ୍କ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନା କରିବା କଥା ସେ ନିଜେ ନିଜ ପାଇଁ ଲଢୁଛନ୍ତି। ଏମିତି ଏକ ଘଟଣା ସୋର ପୌରାଞ୍ଚଳ ସାତ ନମ୍ବର ୱାର୍ଡର ପାରାମହଲା ଗ୍ରାମରୁ ଆସିଛି । ଏହି ଗ୍ରାମର ଦୁର୍ଗା ସିଂ ଗତ ୨୦୨୨ ମାର୍ଚ୍ଚ ମାସରେ ହୋଇଥିବା ପୌର ନିର୍ବାଚନରେ ବିଜେଡି ଦଳ ତରଫରୁ ପାରିଷଦ ଭାବେ ଲଢ଼ି ୧୩୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ।

କିନ୍ତୁ ବଡ଼ ବିଡ଼ମ୍ବନାର ବିଷୟ ନିଜେ ଜଣେ ସରକାରୀ ଦଳର ପାରିଷଦ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ନିଜର ତିନି ବର୍ଷର ଶିଶୁ କନ୍ୟା ଓ ଚାରି ମାସର ଶିଶୁ ପିତ୍ରାକୁ ନେଇ ଭିକ୍ଷାବୃତି କରି ଚଳୁଛନ୍ତି। ନିଜର କୌଣସି ଜମି କିମ୍ବା ଘର ଖଣ୍ଡେ ନାହିଁ। ଅନ୍ୟ ଲୋକଙ୍କ ଜାଗାରେ ପଲାଟିଏ ମାରି ରହୁଥିବା ବେଳେ ବର୍ଷା କାରଣରୁ ତାହା ଭାଙ୍ଗିଯାଇଛି । ଫଳରେ ରାତିରେ ପଡ଼ୋଶୀଙ୍କ ବାରଣ୍ଡାରେ ଦୁଇ ପିଲା ଙ୍କୁ ଧରି ରାତି ବିତାଉଥିବା ବେଳେ ଦିନରେ ଅନ୍ୟ ଲୋକଙ୍କ ଘରେ ମୂଲ ଓ ଭିକ୍ଷା ବୃତ୍ତି କରି ଜୀବନ ଜିଉଁଛନ୍ତି। କାନ୍ଦି କାନ୍ଦି ସରକାର ଙ୍କ ବିରୋଧ ରେ ବିଷାଦ ଗାର କରିଛନ୍ତି ଖୋଦ ବିଜେଡି କାଉନସିଲର କ୍ଷ ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୂର ରେ ରହୁଥିବା ଏହି ଗରିବ ମହିଳା କାଉନସିଲର ଙ୍କ ଅବସ୍ଥା ଯଦି ଏମିତି ତେବେ ସାଧାରଣ ଗରିବ ଲୋକଙ୍କ ବିକାଶ କେତେ ହୋଇଛି ତାହା ସ୍ପଷ୍ଟ ଭାବରେ ଅନୁମାନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା