Masthead

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ହଜାରେ ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଗ୍ର ହେଉଛି ଇସ୍ରାଏଲ ଓ ହମାସ ଯୁଦ୍ଧ । ଏପର୍ଯ୍ୟନ୍ତ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଉଭୟ ପକ୍ଷରୁ ୧୧ ଶହ ମୃତ୍ୟୁ ନେଇ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ଶନିବାର ଠାରୁ ଇସ୍ରାଏଏ ଉପରେ ହମାସ ରକେଟ ମାଡ଼ କରିବା ପରେ ତାହାର ପାଲଟା ଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣ କରାଯାଇଛି । ତେବେ ବଢିବାରେ ଲାଗିଛି ହମାସ୍‌ ବର୍ବରତା ।

ଇସ୍ରାଏଲର ଏକ ମ୍ୟୁଜିକ୍‌ ଫେଷ୍ଟିଭାଲ ଉପରେ ଆକ୍ରମଣ କରିଛି ହମାସ । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିଲା ବେଳେ ଗୁଳିମାଡ଼ କରିଛି ହମାସ । ଫଳରେ ୨୬୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଥାପି ସରିନି ସର୍ଚ୍ଚ ଅପରେସନ୍‌ । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ସେନାର ଆକଳନ କରାଯାଇଛି । ଆଖିବୁଜା ଗୁଳିମାଡ଼, ଜୀବନ ବଞ୍ଚାଇବା ପାଇଁ ପଳାୟନର କରୁଣ ଚିତ୍ରର ଭିଡିଓ ଭାଇରାଲ ପରେ ସବୁ ମହଲରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା