Masthead

ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟବ୍ୟାପୀ ବସ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ।ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ସେ କହିଛନ୍ତି, ଯଦି ରିହାତି ଦରରେ ବସ ଚଳାଇବାର ଅଛି, ତେବେ ସେଥିରେ ଘରୋଇ ବସ୍ ମାଲିକ ସଂଘକୁ ସରକାର ସାମିଲ କରିବାର ଥିଲା । କାରଣ ସରକାର ବ୍ୟବସାୟୀ ନୁହନ୍ତି । ସରକାରଙ୍କ କାମ ହେଉଛି ଶାସନ ବ୍ୟବସ୍ଥାକୁ ସମ୍ଭାଳିବା ଏବଂ ବ୍ୟବସାୟୀଙ୍କ କାମ ହେଉଛି ବ୍ୟବସାୟ କରିବା । ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ ।

ରିହାତି ଦରରେ ଟିକେଟ କରି ସେହି ପଇସାକୁ ଘରୋଇ ମାଲିକଙ୍କୁ ଦେଇଥିଲେ ସରକାରଙ୍କର କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଆଗକୁ ନିର୍ବାଚନ ଥିବା କାରଣରୁ ସରକାର ତରବରିଆ ଭାବରେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ ଏହି ନିଷ୍ପତିର ପୁନର୍ବିଚାର କରିବାର ଆବଶ୍ୟକତା ଅଛି । ନହେଲେ ଓଡ଼ିଶାର ବସ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଗଭୀର କୁଠାରାଘାତ ହେବ । ଅନେକ ଲୋକ ତାଙ୍କର ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?