Masthead

ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟବ୍ୟାପୀ ବସ ଧର୍ମଘଟ ଡାକରା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ।ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ସେ କହିଛନ୍ତି, ଯଦି ରିହାତି ଦରରେ ବସ ଚଳାଇବାର ଅଛି, ତେବେ ସେଥିରେ ଘରୋଇ ବସ୍ ମାଲିକ ସଂଘକୁ ସରକାର ସାମିଲ କରିବାର ଥିଲା । କାରଣ ସରକାର ବ୍ୟବସାୟୀ ନୁହନ୍ତି । ସରକାରଙ୍କ କାମ ହେଉଛି ଶାସନ ବ୍ୟବସ୍ଥାକୁ ସମ୍ଭାଳିବା ଏବଂ ବ୍ୟବସାୟୀଙ୍କ କାମ ହେଉଛି ବ୍ୟବସାୟ କରିବା । ସରକାର ଯଦି ନିଜେ ବ୍ୟବସାୟୀ ହେବା ପାଇଁ ଚେଷ୍ଟା କରିବେ ତାହେଲେ ତାହାର ଫଳାଫଳ ଖରାପ ହେବ ।

ରିହାତି ଦରରେ ଟିକେଟ କରି ସେହି ପଇସାକୁ ଘରୋଇ ମାଲିକଙ୍କୁ ଦେଇଥିଲେ ସରକାରଙ୍କର କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଆଗକୁ ନିର୍ବାଚନ ଥିବା କାରଣରୁ ସରକାର ତରବରିଆ ଭାବରେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ ଏହି ନିଷ୍ପତିର ପୁନର୍ବିଚାର କରିବାର ଆବଶ୍ୟକତା ଅଛି । ନହେଲେ ଓଡ଼ିଶାର ବସ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଗଭୀର କୁଠାରାଘାତ ହେବ । ଅନେକ ଲୋକ ତାଙ୍କର ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ