Masthead

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶୁବମନ, କିନ୍ତୁ ଖେଳିବେନି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶୁବମନ ଗିଲଙ୍କୁ ଡେଙ୍ଗୁ ହେବା ପରେ ପ୍ରଥମ ବିଶ୍ୱକପ ମ୍ୟାଚ ଖେଳିପାରିନଥିଲେ । ପ୍ଲେଟଲେଟ କମ୍‌ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ ଶୁବମନ । କିଛି ଘଣ୍ଟା ରହିବା ପରେ ପୁଣି ହୋଟେଲକୁ ଫେରିଛନ୍ତି ଶୁବମନ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ।ଖବର ମୁତାବକ, ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ହଠାତ୍‌ ପ୍ଲେଟଲେଟ୍‌ କମିଯିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । ଗତ ୩ ଦିନ ତଳେ ଚେନ୍ନାଇରେ ଗିଲଙ୍କର ଜ୍ୱର ଅଧିକ ଥିଲା ଏବଂ ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କୁ ଡେଙ୍ଗୁ ଥିବା ଜଣାପଡିଥିଲା ।

ଡେଙ୍ଗୁ ହେବାରୁ ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍ ଖେଳିନଥିଲେ । ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ତାଙ୍କର ଖେଳିବାର ସମ୍ଭାବନା କମ୍ ରହିଛି ।ଡେଙ୍ଗୁରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ତାଙ୍କୁ ୨ ସପ୍ତାହ ଲାଗିବ । ଏହାପରେ ଅଭ୍ୟାସ କରିବା ପରେ ଟିମକୁ ଫେରିପାରନ୍ତି । ବିସିସିଆଇ ଏପର୍ୟ୍ୟନ୍ତ ଗିଲଙ୍କ ରିପ୍ଲେସମେଣ୍ଟ ଘୋଷଣା କରିନାହିଁ । ବିଶ୍ୱକପ ଟିମରେ ଗିଲ୍‌ ରହିଛନ୍ତି । ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ ଟିମରେ ସ୍ଥାନ ପାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ