Masthead

ଇସ୍ରାଏଲକୁ ଭାରତ ସରକାରଙ୍କ ସମର୍ଥନ ବେଳେ ପାଲେଷ୍ଟାଇନ୍ ସମର୍ଥନରେ କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଛି ଯୁଦ୍ଧ । ଏବେ ଏହାକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ାହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି । ସୋମବାର କଂଗ୍ରେସ କାର୍ୟ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତହୋଇଛିଏହାପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ଥର ପାଲେଷ୍ଟାଇନକୁ ଖୋଲାଖୋଲି ସମର୍ଥନ କରିଛି । ପାଲେଷ୍ଟାଇନର ଜନସାଧାରଣଙ୍କ ସମର୍ଥନରେ ଏକ ସଂକଳ୍ପ ଗୃହୀତ ହୋଇଥିଲା । ଏହି ସଂକଳ୍ପରେ କଂଗ୍ରେସ ପାଲେଷ୍ଟାଇନକୁ ତା’ର ଭୂମି, ସ୍ୱ-ଶାସନ ଏବଂ ସ୍ୱାଭିମାନ ଏବଂ ବଞ୍ଚିବାର ଅଧିକାର ପାଇଁ ସମର୍ଥନ ଦୋହରାଇଛି । ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବି ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଯୁଦ୍ଧବିରତି ପାଇଁ ଦଳ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ