Masthead

ଦୁଇ ବିଜେପି ଗୋଷ୍ଠୀ ମଧ୍ୟରେ ହାତାହାତି

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବିଜେପି ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର । ଦୁଇ ବିଜେପି ଗୋଷ୍ଠୀ ମଧ୍ୟରେ କୁହୁଳୁଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ଗୋପାଳଜି ପାଣିଗ୍ରାହୀଙ୍କୁ ଆଉ ଜଣେ ବିଜେପି ନେତା ଅନନ୍ତ ଦାସ ଶୋଭାଯାତ୍ରା ଗାଡିରୁ ଭିଡି ଆଣି ତଳେ ପକାଇ ଦେଇଥିଲେ । ଏହାପରେ ଘଟଣା ଉଗ୍ରରୂପ ନେବା ସହ ଉଭୟ ଗୋଷ୍ଠୀର ନେତାଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଥିଲା । ଏପରିକି ଟଣାଓଟରାରେ ଅନନ୍ତ ଦାସଙ୍କ ସାର୍ଟ ଫାଡ଼ି ଯାଇଥିଲା । ଏହି ସବୁ ଘଟଣା ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ସାଂସଦଙ୍କ ଉପସ୍ଥିତିରେ ଘଟିଥିଲେ ବି ସମସ୍ତେ ନୀରବ ରହିଥିଲେ । ଘଟଣା ନେଇ ଉଭୟ ପକ୍ଷରୁ ଟାଉନ୍ ଥାନାରେ ମାମଲା ଦାୟର ହୋଇଛି । ସେପଟେ ବଳରାମ ସିଂ ଯାଦବଙ୍କ ଉପରେ ସଙ୍ଗିନ ଆରୋପ ଲଗାଇଛନ୍ତି ରାଜ୍ୟ ବିଜେପି ସଭାପତି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଭଡାଟିଆ ଗୁଣ୍ଡା ଆଣି ବଳରାମ ସିଂ ଯାଦବ ଶୋଭାଯାତ୍ରାକୁ ବାଧା ଦେବାକୁ ଚେଷ୍ଟା କରିଥିଲେ ବି ଫେଲ ମାରିଥିଲେ । ବଳରାମଙ୍କୁ ବିଜେଡି ଦଳର କର୍ମୀ ବୋଲି କହିଛନ୍ତି ମନମୋହନ ସାମଲ । ସେପଟେ ନିଜକୁ ବିଜେପି ଦଳର ନେତା ବୋଲି ଦୃଢତାର ସହ କହିଛନ୍ତି ବଳରାମ ସିଂ ଯାଦବ । ସେ ଦଳ ପାଇଁ କାମ କରୁଛନ୍ତି ଓ ଆଗାମୀ ଦିନରେ ବି କାର୍ୟ୍ୟ ଜାରି ରଖିବାକୁ କହିଛନ୍ତି । ଅନ୍ୟପଟେ ସୋନପୁରରେ ତାଙ୍କ ବିରୋଧରେ ଏଫଆଇଆର୍ ହୋଇଥିଲେ ବି ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବା କହିଛନ୍ତି ସାଂସଦ ସଂଗୀତା ସିଂହଦେଓ ।ଏଠି ପ୍ରଶ୍ନ ଉଠୁଛି, ଦଳର କର୍ମୀ ନଥାଇ ବର୍ଷ ବର୍ଷ ହେଲା କେମିତି ବିଜେପି ସଂଗଠନ କରି ଆସୁଛନ୍ତି ବଳରାମ ସିଂ ଯାଦବ । ଏପରିକି ଦଳର କିଛି ଅସନ୍ତୋଷ କର୍ମୀଙ୍କୁ ନେଇ ରାଜ ପରିବାର ବିରୋଧରେ ସେ ବଲାଙ୍ଗିରରେ ମେଲି କରିଥିଲେ । ଏବଂ ତାଙ୍କ ସହ ଗତ ଥରର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ବି ଏଥିରେ ସାମିଲ ହୋଇଥିଲେ । ଭିତରେ ଭିତରେ କୁହୁଳୁଥିବା ବିଜେପି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି । ଦେଖାଯାଉ ଆଗାମୀ ଦିନରେ ଜିଲ୍ଲା ରାଜନୀତିରେ ଏହା କି ପ୍ରଭାବ ପକାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି